ଓଡିଶା : ଆସନ୍ତା କାଲି ହେବାକୁ ଯାଉଛି ହକି ବିଶ୍ୱକପର ଉଦଘାଟନ ସମାରୋହ । କଟକର ବାରବାଟୀ ଷ୍ଟାଡିୟମରେ ହେବ ଉଦଘାଟନୀ । ହକି ବିଶ୍ୱକପ ପାଇଁ ରାଜ୍ୟ ସରକାରଙ୍କର ଘୋଷଣା ରାଜ୍ୟର ସମସ୍ତ ସ୍କୁଲ ଦିନ ୧ଟା ପରଠାରୁ ବନ୍ଦ ରହିବ । ସମସ୍ତ ସରକାରୀ, ବେସରକାରୀ ତଥା ଅନୁଦାନ ପ୍ରାପ୍ତ ସ୍କୁଲ ଦିନ ୧ଟା ପରଠାରୁ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀ ଭଚ୍ୟୁଆଲରେ ହକି ବିଶ୍ୱକପର ଉଦଘାଟନ ଦେଖିପାରିବେ ।