ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ତାଙ୍କ ବିବାହ ବିଚ୍ଛେଦକୁ ନେଇ ପୁଣି ଚର୍ଚ୍ଚରେ । ତାଙ୍କ ବିବାହକୁ ନେଇ ପୂର୍ବରୁ ଥରେ ମଧ୍ୟ ଆଲୋଚନା ଚାଲିଥଲା । ସାନିଆ ଓ ତାଙ୍କ ସ୍ୱାମୀ ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟର ବୟୋ ଷ୍ଟାଟସରେ ପରିବର୍ତ୍ତନକୁ ନେଇ ଏହି ଚର୍ଚ୍ଚା କରାଯାଉଛି । ଯାହାଫଳରେ ଉଭୟ ପରସ୍ପରଠୁ ଦୂରେଇ ଯାଉଥିବାର ସନ୍ଦେହ କରାଯାଉଛି । ଶୁକ୍ରବାର ଦିନ ସୋଏବ ତାଙ୍କ ବାୟୋରୁ ‘ହସବ୍ୟାଣ୍ଡ ଟୁ ଏ ସୁପରଓମ୍ୟାନ୍ ସାନିଆ ମିର୍ଜା’ କୁ ହଟାଇ ଦେଇ ‘ଫାଦର ଟୁ ୱାନ୍ ଟ୍ରୁ ବ୍ଲେସିଂ’କୁ ପରିବର୍ତ୍ତନ କରିଛନ୍ତି।
ସାନିଆ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମରୁ ସୋଏବଙ୍କ ଫୋଟ ହଟାଇ ଦେଇଛନ୍ତି । ସୋଏବ ଓ ସାନିଆଙ୍କ ବିବାହ ବିଚ୍ଛେଦ ବିଷୟରେ ଗତବର୍ଷଠୁ ଆଲୋଚନା ଜାରି ରହିଛି । କିନ୍ତୁ ଏ ବିଷୟରେ ଦୁହିଁଙ୍କଠୁ କିଛି ପ୍ରତିକ୍ରୟା ଏସିନାହିଁ । ୨୦୧୮ରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଇଝାନ ମଲ୍ଲିକ ଜନ୍ମ ହୋଇଥିଲା। ଏସବୁ ଆଲୋଚନା ମଧ୍ୟରେ ଉଭୟ କ୍ରୀଡ଼ାବିତ୍ ପତି-ପତ୍ନୀ ଏକାଠି ପାକିସ୍ତାନର ଏକ ଟେଲିଭିଜନ ଚ୍ୟାନେଲରେ ‘ଦ ମିର୍ଜା ମଲ୍ଲିକ ସୋ’ ଆରମ୍ଭ କରିଥିଲେ।