ଦାୟିତ୍ୱ ନେଲେ ଏନ୍ ରଙ୍ଗାସ୍ୱାମୀ, ଶୁଭେଚ୍ଛା ଜଣାଇଲେ ସୁଜିତ୍ କୁମାର

ବୁଧବାର ପୁଡୁଚେରୀର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଏନ. ରଙ୍ଗାସାମୀ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ପୁଡୁଚେରୀର ଉପରାଜ୍ୟପାଳ କେ. କୈଳାସନାଥନ୍ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଉପସ୍ଥିତ ଥିଲେ।


ସୂଚନାଯୋଗ୍ୟ ଯେ ଏନ. ରଙ୍ଗାସାମୀ ଅଲ୍ ଇଣ୍ଡିଆ ଏନଆର କଂଗ୍ରେସ (ଏଆଇଏନଆରସି)ର ପ୍ରତିଷ୍ଠାତା ମଧ୍ୟ, ଯାହା ରାଜ୍ୟରେ ବିଜେପି ସହିତ ମେଣ୍ଟରେ ଅଛି। ମୁଖ୍ୟମନ୍ତ୍ରୀ ଭୋଟରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ଏବଂ ନବଗଠିତ ଏନଡିଏ ସରକାରଙ୍କ ପ୍ରାଥମିକତା ସମ୍ପର୍କରେ ବର୍ଣ୍ଣନା କରି କହିଥିଲେ, “ଜନତାଙ୍କ କଲ୍ୟାଣ ପାଇଁ ଆବଶ୍ୟକ ସମସ୍ତ ଯୋଜନାକୁ ଅଧିକ ପ୍ରଭାବଶାଳୀ ଭାବରେ କାର୍ୟ୍ୟକାରୀ କରିବା ଆମର କର୍ତ୍ତବ୍ୟ। ଆମେ ନିଶ୍ଚିତ ଭାବରେ ଏହି ଦାୟିତ୍ୱକୁ ପୂର୍ଣ୍ଣ ସମର୍ପଣ ସହିତ ପାଳନ କରିବୁ।” ଆମେ ଆମର ପୁଡୁଚେରୀକୁ ସିଙ୍ଗାପୁର ପରି ବିକଶିତ କରିବାକୁ ଯାଉଛୁ।””ଆମେ ଲୋକଙ୍କ ସେବାରେ ଅଛୁ, ଏବଂ ସମସ୍ତ ଯୋଜନା ଜାରି ରହିବ। ଏହା ସହିତ, ଆମେ ନୂତନ ଯୋଜନା ମଧ୍ୟ ଆରମ୍ଭ କରୁଛୁ।


ତେବେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶାର ବିଜେପି ରାଜ୍ୟସଭା ସାଂସଦ ସୁଜିତ୍ କୁମାର । ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ପୋଷ୍ଟ କରି ଲଖିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପାଇଁ ଥିରୁ ଏନ. ରଙ୍ଗାସାମୀ ଜୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆପଣଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ, ମୁଁ ନିଶ୍ଚିତ ଯେ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଗତି ଏବଂ ସମୃଦ୍ଧିର ନୂତନ ଶିଖରରେ ପହଞ୍ଚିବ। ସଫଳ କାର୍ୟ୍ୟକାଳ ପାଇଁ ଶୁଭକାମନା।