ପରଲୋକରେ ଅଭିନେତ୍ରୀ ଭାର୍ଗବୀ ନାରାୟଣ

ପରଲୋକରେ ଅଭିନେତ୍ରୀ ଭାର୍ଗବୀ ନାରାୟଣ । ୮୩ ବର୍ଷ ବୟସରେ ବୟସ ସମ୍ବନ୍ଧୀୟ ରୋଗରେ ତାଙ୍କର ଦେହାନ୍ତ ହୋଇଛି ।

(ମୁମ୍ବାଇ) : ପରଲୋକରେ ଅଭିନେତ୍ରୀ ଭାର୍ଗବୀ ନାରାୟଣ । ୮୩ ବର୍ଷ ବୟସରେ ବୟସ ସମ୍ବନ୍ଧୀୟ ରୋଗରେ ତାଙ୍କର ଦେହାନ୍ତ ହୋଇଛି । ଏହି ଦୁଃଖଦ ଖବର ପରେ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ଅଭିନେତ୍ରୀଙ୍କ ନାତୁଣୀ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। ଅଭିନେତ୍ରୀଙ୍କ ପୁଅ କହିଛନ୍ତି, ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଇଚ୍ଛା ଅନୁଯାୟୀ ସେଣ୍ଟ ଜନ୍ ହସ୍ପିଟାଲ ଏବଂ ଆଖି ନେତ୍ରଧାମ ପ୍ରତିଷ୍ଠାନକୁ ଦାନ କରାଯିବ।

ସୂଚନାନୁଯାୟୀ ,ଭାର୍ଗବୀ ଅନେକ ଫିଲ୍ମରେ କାମ କରିଥିଲେ। ଏରାଡୁ କାନାସୁ, ହନ୍ଥକାନା ସଞ୍ଚୁ, ପଲ୍ଲଭି ଅନୁପଲ୍ଲଭି, ବଂଶବୃକ୍ଷ, ପ୍ରଫେସର ହୁଚୁରୟା ଏବଂ ବା ନଲେ ମଧୁଚନ୍ଦ୍ର ସମେତ ଅନେକ ଫିଲ୍ମରେ ଅଭିନୟ କରିଥିଲେ। ଭାର୍ଗବୀ ୬୦୦ ରୁ ଅଧିକ ନାଟକରେ ଅଭିନୟ କରିଥିଲେ ଏବଂ ରେଡିଓ ଡ୍ରାମା କଳାକାର ଭାବରେ ମଧ୍ୟ ସକ୍ରିୟ ଥିଲେ।