ପୁଣି ଦୁଇଦିନ ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ

ଭୁବନେଶ୍ୱର : ଭୁବନେଶ୍ୱରରୁ ସିମବକ୍ସ ଜବତ ଘଟଣାରେ ପୁଣି ରିମାଣ୍ଡରେ ଆସିବ ଅଭିଯୁକ୍ତ ରାଜୁ ମଣ୍ଡଳ । ଦୁଇଦିନ ପାଇଁ ରିମାଣ୍ଡରେ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ । ତେବେ ଆଜିଠୁ ଦୁଇଦିନ ରାଜୁ ମଣ୍ଡଳ ରିମାଣ୍ଡରେ ଆସିବ । ସେପଟେ ଦ୍ୱିତୀୟ ପର୍ୟ୍ୟାୟ ରିମାଣ୍ଡ ପାଇଁ ପୋଲିସ ୭ ଦିନ ଆବେଦନ କରିଥିଲା । ତେବେ ରିମାଣ୍ଡ ବେଳେ କଲିକତା ଲିଙ୍କ ଓ ମାଷ୍ଟରମାଇଣ୍ଡ ଆସଦୂର ଜମାନ ସହ ସମ୍ପର୍କର ଖୋଳତାଡ଼ ହେବ । ହୁଣ୍ଡୀ ଆକାରରେ ଟଙ୍କା ଆସୁଥିବାରୁ ସେ ନେଇ ମଧ୍ୟ ପୋଲିସ ତଦନ୍ତ କରିବ ବୋଲି ଜଣାପଡିଛି ।