ଭୁବନେଶ୍ୱର: ଛାତ୍ରଛାତ୍ରୀ ପଢିବେ ଟ୍ରାଫିକ ପାଠ । ଜୁଲାଇ ୨୯ ତାରିଖରେ ବିଦ୍ୟାଳୟରେ ଟ୍ରାଫିକ ସଚେତନତା ସମ୍ପର୍କରେ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଟ୍ରାଫିକ ନିୟମକୁ କିପରି ପାଳନ କରାଯିବା ଉଚିତ, ରାସ୍ତାର କେଉଁ ପାଶ୍ୱର୍ରେ ଚାଲିବା ଉଚିତ ଏବଂ ନାଲୀ, ହଳଦୀଆ ଓ ସବୁଜ ବତୀ କଣ ସୂଚିତ କରାଏ ଆଦି ବିଭିନ୍ନ କ୍ଷେତ୍ର ଉପରେ ପିଲାଙ୍କୁ ସଚେତନ କରାଯିବ ।
ଆସନ୍ତା ୨୯ତାରିଖରେ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶେଷ ଦୁଇ ପିରିୟଡ ଏହି ବିଷୟରେ ପଢାଯିବ ।ଏହି କାର୍ଯ୍ୟକ୍ରମରେ ପ୍ରଥମରୁ ଦଶମ ଶ୍ରେଣୀ ପିଲାଙ୍କ ସହ ଅଭିଭାବକବି ଯୋଗଦେଇ ପାରିବେ । ସ୍କୁଲର ଅଭିଜ୍ଞ ଶିକ୍ଷକ ଏହି ବିଷୟରେ ପଢାଇବେ । ଏହି କାର୍ଯ୍ୟ ସଠିକ ପରିଚାଳନା ନିମନ୍ତେ ସମସ୍ତ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ଲେଖି ଅବଗତ କରିଛନ୍ତି।