ଭୁଲ୍‌ ଅଲଟ୍ରାସାଉଣ୍ଡ ରିପୋର୍ଟ କାରଣରୁ ଏକ ନବଜାତ ଶିଶୁର ମୃତ୍ୟୁ ହେବ ସହିତ ମାଆ ଗୁରୁତର ହୋଇଛନ୍ତି

ଭଦ୍ରକ-: ଭୁଲ୍‌ ଅଲଟ୍ରାସାଉଣ୍ଡ ରିପୋର୍ଟ କାରଣରୁ ଏକ ନବଜାତ ଶିଶୁର ମୃତ୍ୟୁ ହେବ ସହିତ ମାଆ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକରେ ଘଟିଛି । ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ପରିବାର ଲୋକେ ଭଦ୍ରକ- ଚାନ୍ଦବାଲି ବାଇପାସ୍‌ ଛକରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ।

ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଦୋଳ ସାହି ରାଢ଼ଙ୍ଗ ଅଞ୍ଚଳର ପ୍ରଫୁଲ୍ଲ ଗିରିଙ୍କ ସ୍ତ୍ରୀ ଭଦ୍ରକର ବାଇପାସ୍ ସ୍ଥିତ ଏକ ଘରୋଇ ଆଲଟ୍ରା ସାଉଣ୍ଡ କେନ୍ଦ୍ରକୁ ଆସି ଅଲଟ୍ରାସାଉଣ୍ଡ କରିଥିଲେ । ଅଲଟ୍ରାସାଉଣ୍ଡ ରିପୋର୍ଟରେ ସବୁ ଠିକ ଥିବା ଦର୍ଶାଇଥିଲେ ଡାକ୍ତର କିନ୍ତୁ ତାଙ୍କ ପିଲା ଜନ୍ମ ହେଲେ ବେଳେ ମୃତ ଜନ୍ମ ହୋଇଥିଲା । ତେବେ ଡାକ୍ତର ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯିବା ସହ ଏହାର ତଦନ୍ତ ଦାବି କରିଥିଲେ । ସମ୍ପୃକ୍ତ ଅଲଟ୍ରାସାଉଣ୍ଡ କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ପରିବାର ପକ୍ଷରୁ ଭଦ୍ରକ  ଚାନ୍ଦବାଲି ରାସ୍ତାକୁ ବାଇପାସ୍ ନିକଟରେ ଅବରୋଧ କରାଯାଇଥିଲା । ଖବର ପାଇବା ପୋଲିସ ଘଟଣା ସ୍ଥଳରେ ପହଁଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ରାସ୍ତାରୋକରୁ ହଟିଥିଲେ ।