କାଦୁଅରେ ଫସି ଚାରିମାସର ହାତୀ ଶିଶୁର ମୃତ୍ୟୁ

ଶେରଗଡ / ସଞ୍ଜୁ– ଗଞ୍ଜାମ ଜିଲ୍ଲାରେ ଶେରଗଡ ବ୍ଲକ ଅନ୍ତର୍ଗତ କରାକଣା ନିକଟସ୍ଥ ଲାଉଗୁଡା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି । ଲାଉଗୁଡା ନିକଟସ୍ଥ ଏକ ବିଲ ଭିତରେ କାଦୁଅରେ ଫସି ଚାରି ମାସର ଗୋଟିଏ ଶିଶୁ ହାତୀ ମୃତ୍ୟୁବରଣ କରିଛି । ସେ ଅଞ୍ଚଳରେ ହାତୀପଲ ଥିବା ସୂଚନା ପାଇ ବନବିଭାଗ ଖବର ପାଇ ଗତକାଲି ରାତିରେ ପେଟ୍ରୋଲିଂ ସମୟରେ ହାତୀପଲଙ୍କ ଗର୍ଜନ ଶୁଣି ଘଟଣା ସ୍ଥଳରେ ପହଞ୍ଚିଥିଲେ । ସେମାନେ ହାତୀମାନଙ୍କୁ ଘଉଡାଇବା ବେଳେ ହାତୀ ଛୁଆ କାଦୁଅରେ ପଡିଯାଇଥିଲା । ପାଖାପାଖି ଚାରି ପାଞ୍ଚ ଘଣ୍ଟାର ଅପରେସନ ପରେ ହାତୀ ଛୁଆ ଉଦ୍ଧାର ହୋଇଥିଲା। କିନ୍ତୁ ସେତେବେଳକୁ ହାତୀ ଛୁଆଟି ମୃତ୍ୟୁବରଣ କରିସାରିଥିଲା। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଶବକୁ ବ୍ୟବଚ୍ଛେଦ କରାଯାଇଛି।