ଦିନକୁ ଦିନ ଅସୁସ୍ଥ , ଚିନ୍ତାରେ ଲାଲୁ

(ସୌମ୍ୟ ରଞ୍ଜନ ସେଠୀ) : ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡ ଭୋଗୁଥିଲେ ଲାଲୁ ପ୍ରସାଦ ଯାଦବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ୩ ମାସ ଜାମିନ ବୃଦ୍ଧି ପାଇଁ ସେ ଆବେଦନ କରିଥିଲେ । ହେଲେ ଲାଲୁଙ୍କ ଆବେଦନକୁ କୋର୍ଟ ଖାରଜ କରି ଦେଇ, ରାଞ୍ଚି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବାକୁ ଲାଲୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ଝାଡ଼ଖଣ୍ଡ ହାଇକୋର୍ଟ ।

ପରେ ଦୋଷୀ ସାବ୍ୟସ୍ତ ହୋଇ ସଜା କାଟୁଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବେ ଡିପ୍ରେସନ୍‌ରେ ଅଛନ୍ତି। ରାଜେନ୍ଦ୍ର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ (ରିମ୍ସ) ର ନିର୍ଦ୍ଦେଶକ ଆର୍‌ କେ ଶ୍ରୀବାସ୍ତବ ସୋମବାର ଦିନ ଏହା କହିଛନ୍ତି। ସେ ମାନସିକ ଚାପରେ ଥିବା କଥା ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ ମେଡିକାଲ୍‌ ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଜଣେ ମନସ୍ତତ୍ୱବିତ୍ତ୍‌ ଲାଲୁଙ୍କ ଚିକିତ୍ସା କରିପାରନ୍ତି ବୋଲି ଜଣାପଡ଼ିଛି। ସେ ଜଣେ ହୃଦ୍‌ରୋଗୀ ହୋଇଥିବା ବେଳେ ତାଙ୍କ କିଡ୍‌ନୀରେ ବି ସମସ୍ୟା ରହିଛି।