ବିଜେପି ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

(ଗୋପ / ଜୟନ୍ତ କୁମାର ସେଠୀ ): ଫନି କ୍ଷତିଗ୍ରସ୍ତ ଙ୍କୁ ସହୟତା ପ୍ରଦାନରେ ପାତର ଅନ୍ତର ଅଭିଯୋଗ କରି ବିଜେପି ପକ୍ଷରୁ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ବିଜେପି ନେତା ଅ।ଶ୍ରିତ ପଟ୍ଟନାୟକ ଙ୍କ ନେତୁତ୍ଵରେ ଶତାଧିକ ବିଜେପି କର୍ମୀ ପିପିଲି ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାରଙ୍କ ଜନହିତକାରୀ ଯୋଜନାରୁ ସାଧ।ରଣ ଗରିବ ଲେ।କଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ବାଦ ଦିଅ।ଯାଉଛି ବୋଲି ବିଜେପି ଅଭିଯୋଗ ଅ।ଣିଥିବା ବେଳେ ଏଥିରୁ ନିର୍ବୃତ୍ତ ନ ହେଲେ ଗଁ। ରେ ସରକାରୀ କର୍ମଚାରୀ ଓ ପିପିଲି ବିଧାୟକ ପୁରାଇ ଦିଅ।ଯିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ପିପିଲି ବିଜେପି ନେତା ଅ।ଶ୍ରିତ ପଟ୍ଟନାୟକ । ସେପଟେ ବିକ୍ଷୋଭକାରୀ ମାନଙ୍କ ସହିତ ପିପିଲି ତହସିଲଦାର ଓ ବ୍ଲକ ବିଡିଓ ଅ।ଲୋଚନା କରି ସରକାରୀ ଯୋଜନାରୁ ଗରିବ ଲୋକେ କେହି ବାଦ ପଡିବେ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ତହସିଲଦାର ।