(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ବିଜେପୁର ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ତିନି ଦଳ ମଧ୍ୟରେ ଚାଲିଛି ପ୍ରସ୍ତୁତି । ପ୍ରଚାର ପାଇଁ ଚାଲିଛି ପ୍ରସ୍ତୁତି । ବିଜୁ ଜନତା ଦଳ ପକ୍ଷରୁ ବିଜେପୁର ପ୍ରଚାର ମଇଦାନକୁ ୱହ୍ଲାଇ ପାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ମାସ ୧୭ ଓ ୧୮ ତାରିଖରେ ନବୀନ ପ୍ରଚାର କରିବାର ସମ୍ଭାବନା ରହିଛି । ୨ ଦିନିଆ ପ୍ରଚାର ଅଭିଯାନରେ ଯିବେ ଏବଂ ରାତ୍ରିଯାପନର କାର୍ଯ୍ୟକ୍ରମ ରହିଛି । ବିଜେପୁର , ଗାଇସିଲେଟ ଓ ବରପାଲିରେ ପ୍ରଚାର କର୍ଯ୍ୟକ୍ରମ କରିପାରନ୍ତି ନବୀନ । ପ୍ରଥପ୍ରାନ୍ତ ସଭା ଓ ରୋଡ଼ ସୋ ଜରିଆରେ ପ୍ରଚାର କାର୍ଯ୍ୟକ୍ରମ ରହିଥିବା ବିଜେଡ଼ି ପକ୍ଷରୁ ସୂଚନା ମିଳିଛି ।