ଗରିବର ସାହା ଖାଲି ଭଗବାନ ଧନୀ ମାନଙ୍କ ପାଇଁ ସରକାର

(ବରଗଡ / ଚିତ୍ତରଞ୍ଜନ ସାହୁ ): ବରଗଡ ଜିଲ୍ଲା ପଦ୍ମପୁର ଉପକଣ୍ଠ ରେ ପୋଲିସ ର ଜୁଳୁମ ଅଭିଯୋଗ ଗରିବ କୁ ଧକା ତ ମହାଜନ ଙ୍କୁ ସଲାମ । ଗୋଟିଏ ପଟେ ରାଜ୍ୟ ସରକାର “ମୋ ସରକାର” , ଏବଂ “5T” ଅଭିଯାନ ଚଳାଇଛନ୍ତି ହେଲେ ଅନ୍ୟପଟେ ପଦ୍ମପୁର ଥାନାକୁ ନ୍ୟାୟ ଆଶାରେ ଆସୁଥିବା ଗରିବ ଲୋକଙ୍କୁ ଓଲଟା ପୋଲିସ ଧମକ ଦେଇ ଭୟଭୀତ କରାଉଛି । ଏପରି କିଛି ପୋଲିସ କର୍ମଚାରୀଙ୍କ ପାଇଁ ପୁରା ପୋଲିସ ବିଭାଗ ବଦନାମ ହେଉଛି । ଦୁର୍ବୁତ୍ତଙ୍କ ନିସ୍ତୁକ ମାଡ଼ରେ ମୁଣ୍ଡରେ ଆଘାତ ଯୋଗୁଁ ପାଗଳ ହୋଇଯାଇଛି ୧୭ ବର୍ଷର ଯୁବକ । ବାପା ଥାନାରେ ଅଭିଯୋଗ ପାଇଁ ଯାଇଛି ହେଲେ ଅଭିଯୁକ୍ତଙ୍କୁ ନଧରି ପୋଲିସ ଭୟଭୀତ କରାଉଛି ଅଭିଯୋଗକାରୀଙ୍କୁ ? ଏନେଇ ବରଗଡ଼ ଏସପି ଙ୍କ ନିକଟକୁ ପଦ୍ମପୁର ପୋଲିସ ବିରୋଧରେ ଲିଖିତ ଜଣାଇଲେ ଗରିବ ସନ୍ତୋଷ ସାହା ।କଣ ହେବ ବାକି ଦେଖିବାକୁ ରହିଲା।ନ୍ୟାୟ କେଭେ ମିଳିବ।