(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପାକିସ୍ତାନ ପୁଣି ଥରେ ଭାରତଠାରୁ ପରାଜୟ ବରଣ କରିଛି । ଏହା କୌଣସି ଯୁଦ୍ଧ ନୁହେଁ, ଖେଳ ନୁହେଁ । ଏହା ହେଉଛି ହାଇଦ୍ରାବାଦ ନିଜାମଙ୍କ ସମ୍ପତ୍ତି ସମô୍ନ୍ଧିତ ୭୦ ବର୍ଷ ପୁରୁଣା ମାମଲା । ବ୍ରିଟେନ ଅଦାଲତ ଆଜି ଭାରତ ସପକ୍ଷରେ ରାୟ ଦେଇଛନ୍ତି । ହାଇଦ୍ରାବଦର ନିଜାମଙ୍କ ୩୫ ମିଲିୟନ ପାଉଣ୍ଡ ବା ୩୦୬ କୋଟି ଟଙ୍କା ସହ ଜଡିତ ମାମଲା । ନିଜାମ ଭାରତ ବିଭାଜନ କାଳରେ ଲଣ୍ଡନର ନେସନାଲ ୱେଷ୍ଟମିନଷ୍ଟର ବ୍ୟାଙ୍କରେ ଜମା କରିଥିଲେ । ତେବେ ଭାରତ ଓ ପାକ ଉଭୟ ଏହି ରାଶି ଉପରେ ନିଜ ଅଧିକାର ଥିବା ଦାବି କରୁଆସୁଥିଲେ । ଅଦାଲତ ୭୦ ବର୍ଷ ପୁରୁଣା ଦସ୍ତାବିଜ ଅଧ୍ୟୟନ ପରେ ପାକର ସମସ୍ତ ଯୁକ୍ତି ଖାରଜ କରି ହାଇଦ୍ରାବାଦର ୭ମ ନିଜାମ ଏହି ଅର୍ଥର ପ୍ରକୃତ ହକଦାର ବୋଲି ରାୟ ଦେଇଛନ୍ତି ।