(ମମତା ସାମଲ) : ପୁଣି ଛୋଟ ପରଦାରେ ନଜର ଆସିବେ ଏହି ଲୋକପ୍ରିୟ ଯୋଡି । ‘ ପବିତ୍ର ରିସ୍ତା’ ଧାରାବାହିକ ଜରିଆରେ ପପୁଲାର ହୋଇଥିବା ସୁଶାନ୍ତ ସିଂହ ଓ ଅଙ୍କିତା ଲୋଖଣ୍ଡୋ ।
‘ପବିତ୍ର ରିସ୍ତା’ ଧାରାବାହିକ ସୁଟିଂ ସେଟ୍ ରୁ ହିଁ ଏମାନଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଥିଲା । ଏମାନେ ଏକାଠି ଲିଭିଂଙ୍ଗ ରିଲେଶନରେ ରହିଥିଲେ । କିନ୍ତୁ ପରେ ସେମାନଙ୍କର ବ୍ରେକ୍ ଅପ୍ ହୋଇଯାଇଥିଲା । ଦୁହେଁ ଆଉ ଏକାଠି ଅଭିନୟ ମଧ୍ୟ କରିନଥିଲେ । ଇତି ମଧ୍ୟରେ ସୁଶାନ୍ତ ସିଂହ ବଡ ପରଦାରେ ଅନେକ ଫିଲ୍ମରେ ଅଭିନୟ କରି ସାରିଲେଣି ।
ଏବେ ଶୁଣିବାକୁ ମିଳୁଛି ଯେ, ପୁଣି ଥରେ ‘ପବିତ୍ର ରିସ୍ତା’ ଧାରାବାହିକ ଟେଲିଭିଜନ ପରଦାରେ ଦେଖିବାକୁ ମିଳିବ । ଏହା ସିହତ ମଧ୍ୟ ଆପଣଙ୍କର ପ୍ରିୟ ଯୋଡି ସୁଶାନ୍ତ ସିଂହ ଓ ଅଙ୍କିତା ଲୋଖଣ୍ଡୋ ବି ଫେରିବେ ।
ଏହି ଖବର ଶୁଣିଲା ପରେ ଆପଣଙ୍କୁ ଖୁସି ଲାଗୁଥିବ । ଆପଣ ଏହି ଦୁହିଁଙ୍କୁ ବହୁଦିନ ପରେ ଏକାଠି ଦେଖିବାକୁ ପାଇବେ । ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଏହା କ’ଣ ପବିତ୍ର ରିସ୍ତା ସିଜିନ -୨ ହେବ । ଏବେ ଆମେ ଆପଣଙ୍କ ଦ୍ୱନ୍ଦ ଦୂର କରି ଅସଲ କଥାଟି କହି ଦେଉଛୁ ।
ଅସଲ କଥାଟି ହେଲା ଜିଟିଭ ନିଜର ଦୁଇଟି ପୁପୁଲାର ଶୋ’କୁ ପୁଣିଥରେ ପ୍ରସାରଣ କରିବ । ଏହି ଦୁଇଟି ହେଲା – ‘ ପବିତ୍ର ରିସ୍ତା’ ଓ ‘ଯୋଦ୍ଧା ଆକବର’ । ଜିଟିଭ ପକ୍ଷରୁ ଇନଷ୍ଟାଗ୍ରାମ ଜରିଆରେ ଏହି ବିଷୟରେ ସୂଚନା ଦିଆଯାଇଛି ।
ଏଥିରେ ଲେଖାଯାଇଛି,“ଦର୍ଶକଙ୍କ ଦାବିକୁ ଦୃଷ୍ଟିରେ ରଖି ଲୋକପ୍ରିୟ ଶୋ’ ‘ପବିତ୍ର ରିସ୍ତା’ ଓ ‘ଯୋଦ୍ଧା ଆକ୍ବର’କୁ ପୁଣି ପ୍ରସାରଣ କରାଯିବ। ସେପ୍ଟେମ୍ବର ୩ ତାରିଖରୁ ସୋମବାରରୁ ଶୁକ୍ରବାର ଅପରାହ୍ନ ୪ଟାରେ ‘ପବିତ୍ର ରିସ୍ତା’ ଓ ୫ ଟାରେ ‘ଯୋଦ୍ଧା ଆକ୍ବର’ ପ୍ରସାରିତ ହେବ।”
ପୁପୁଲାର ଶୋ ‘ପବିତ୍ର ରିସ୍ତା’ ୨୦୦୯ରେ ଆରମ୍ଭ ହୋଇଥିଲା ଓ ଏହା ୫ ବର୍ଷ ଧରି ଚାଲିଥିଲା ।