( ସର୍ବେଶ୍ୱର ପାତ୍ର) : ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ପଂଚାୟତ ବସନ୍ତପୁର ଗାଁ ଦେଇ ଯାଇଥିବା ରାମିଆଳ କେନାଲ ଉପରେ ନିର୍ଭର କରନ୍ତି । ଏଠାକାର କେନାଲ ଟି ମାଟିରେ ନିର୍ମାଣ ହୋଇଥିବାରୁ ବାରମ୍ବାର ଭାଙ୍ଗିଯାଉଛି । ଏନେଇ ରୂପାବେଡା ପାଣି ପଂଚାୟତ କମିଟି ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେବି କୌଣସି ସୁଫଳ ନମିଳିବାରୁ । ବସନ୍ତପୁର ପୁର ଗାଁର ଚାଷୀମାନେ ହାତରେ କୋଡି କୋଦାଳ ଧରି ଯାଇ କୋନାଲ ମରାମତି କରିଛନ୍ତି । ଉପର ମୁଣ୍ଡରେ କେନାଲ ଭାଙ୍ଗୁଥିବାରୁ ତଳ ମୁଣ୍ଡକୁ ପାଣି ଠିକରେ ଆସୁନଥିବା ଅଭିଯୋଗ ହୋଇଛି । ତୁରନ୍ତ ଏହାର ସମାଧାନ କରିବାକୁ ଦାବି ହୋଇଛି ।
ପ୍ରସନ ପାତ୍ର-ଚାଷୀ, ମାନସ କୁମାର ବେହେରା-ଚାଷୀ, ସୁଶାନ୍ତ ବେହେରା-ଚାଷୀଙ୍କ ସମେତ ଗାଁର ଲୋକମାନେ ରାମିଆଳ ବିଭାଗର ସହକ।ରି ଯନ୍ତ୍ରୀ ବନମାଳୀ ସାହୁ ପ୍ରଶ୍ନ ପଚାରିଥିଲେ ଯେ କେନାଲ ଭାଙ୍ଗିଛି ତାକୁ ଗାଁରେ ଥିବା ପାଣି ପଞ୍ଚାୟତ କମିଟି ମରାମତି କରିବା କଥା କାହିଁକି କରିନାହାନ୍ତି ବା କଣ ହୋଇଛି ଦେଖିବା କଥା କହିଥିବା ବେଳେ । ସେହି ପ୍ରଶ୍ନର ଉତ୍ତର ଦେଇ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ୟ୍ୟ କହିଲେ ମାଟି କେନାଲ କୁ ପାଣି ପଂଚାୟତ ମରାମତି କରିବା କଥା କିନ୍ତୁ ଅଧିକ ଭାଙ୍ଗିଥିଲେ ବିଭାଗୀୟ ଅଧିକାରୀମାନେ ଯାଇ ମରାମତି କରିବେ ।