କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ , ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

( ମମତା ସାମଲ) : ଭୁବନେଶ୍ୱର ଆଚାର୍ଯ୍ୟ ବିହାରରେ ଥିବା ଏକ ପ୍ରାଇଭେଟ କୋଚିଂ ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ନିଆଁ ଲାଗି କୋଚିଂ ସେଣ୍ଟରର ଦ୍ୱିତୀୟ ମହଲା ପୂରା ଛାରଖାର ହୋଇଯାଇଛି । ଆଜି ସକାଳେ ଏହି ଅଘଟଣ ଘଟିଛି ।

କୋଚିଂ ସେଣ୍ଟରରୁ ଧୂଆଁ ବାହାରୁଥିବା ନେଇ ଦେଖିବା ପରେ ଦମକଳ ବାହିନୀକୁ ଖବର ଦିଆଯାଇଥିଲା। ପରେ ଦୁଇଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା। ଅଗ୍ନିକାଣ୍ଡରେ କମ୍ପ୍ୟୁଟର, ବହି ପୋଡ଼ି ପାଉଁଶ ହୋଇଯାଇଛି। ତେବେ କ୍ଲାସ୍‌ ଆରମ୍ଭ ହୋଇନଥିବାରୁ ଏଥିରୁ ଛାତ୍ରଛାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି ।