(ସର୍ବେଶ୍ୱର ପାତ୍ର ) : ଢେ଼ଙ୍କାନାଳ ଜିଲ୍ଲା -କାମାକ୍ଷାନଗର ଉପଖଣ୍ଡ ମେଡିକାଲ କୁ ଆଜି ଭାରତ ସରକାରଙ୍କର ଗ୍ରୀଡ଼ ସଂସ୍ଥା ତରଫରୁ ଏକ ଆମ୍ବୁଲାନ୍ସ ଅର୍ପଣ କରାଯାଇଥିଲା ।ଏହାକୁ ଖଣି ଇସ୍ପାତ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପତାକା ଦେଖାଇ ଶୋଭାରମ୍ଭ କରିଥିଲେ ।ଏହା ସାଧାରଣ ଲୋକଙ୍କ କାମରେ ଲାଗିବ ବୋଲି କହିଥିଲେ । ଏଠାରେ ସିଡିଏମଓ ବାସୁଦେବ ସାହୁ, ଏସଡିପିଓ ସୁପ୍ରସନ ମଲ୍ଲିକ, ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ତହସିଲଦାର ସରୋଜ ସ୍ୱାଇଁ, ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, ଉପଖଂଡ ଚିକିତ୍ସା ଅଧିକାରୀ ରତ୍ନାକର ସାମଲ, ଡାକ୍ତର ଦିଗାମ୍ବର ସାହୁ, ଗ୍ରୀଡ଼ ର ଡେପୁଟି ଜେନେରାଲ ମ୍ୟାନେଜର ଦୀପ୍ତିକାନ୍ତ ବିଶ୍ୱାଳ,ଏଜିଏମ ସୁଶୀଲ ପ୍ରଧାନ, ଅଭୟ ଦାସ, ସମାଜ ସେବୀ ମଙ୍ଗୁତଲ।ଲ କଟରୁକା, କାହ୍ନୁ ସାହୁ, ସୁକାନ୍ତି ବେହେରା ,ସୂର୍ୟ୍ୟନାରାୟନ ବେହେରା,ମଦନ ଦେହେରା,ଲିକୁ ନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।