( ସର୍ବେଶ୍ୱର ପାତ୍ର) : ଗତକାଲି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମଠକରଗୋଳା କରଡାପାଳ ଗାଁରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ମୃତ ହୋଇଛି । ତାଳଚେର ବାଘୁଆବିଲ ଗ୍ରାମର ଦୁଇ ନାବାଳିକା ପରିବାର ଲୋକଙ୍କ ସହିତ ମାଉସୀ ଘର କୁ ଆସିଥିଲେ କରଡ଼ାପାଳ ଗତକାଲି ଅପରାହ୍ନ ରେ ଘର ପାଖରେ ଥିବା ପୋଖରୀ କୁ ଯାଇଥିଲେ ସେଠାରୁ ଘରକୁ ଫେରିନଥିଲ ଯାହାକୁ ନେଇ ପରିବାର ଲୋକେ ଜାଣିଲା ପରେ ଭୁବନ ଅଗ୍ନିଶମ ବାହିନୀ ଙ୍କୁ ଖବର ଦେଇଥିଲେ ଅଗ୍ନିଶମ ବାହିନୀ ବହୁତ ଖୋଜା ଖୋଜି କରିବା ପରେ ଉଭୟ ମୃତ ଦେହକୁ ଉଦ୍ଧାର କରିଥିଲେ । ମୃତକ ମାନେ ହେଲେ ଗୋପୀ ବିରୁଆ ଙ୍କ ଦୁଇ ଝିଅ ରାଧା ବିରୁଆ ଓ ଲଷ୍ମୀ ବିରୁଆ । ଭୁବନ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।