କ୍ରିକେଟ୍ ତାରକା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ବାହାଘରକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ସାରାଙ୍କ ଜନ୍ମଦିନର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଭିଡିଓରେ ପରିବାର ଲୋକେ ସାରାଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେବା ସହ ତାଙ୍କ ବିବାହ କଥା ମଧ୍ୟ ଉଠାଇଛନ୍ତି।
ଭିଡିଓରେ ସାରାଙ୍କ ଭାଉଜ ସାନିଆ ଚଣ୍ଡୋକ କହିଛନ୍ତି, ଏହି ବର୍ଷ ସାରାଙ୍କୁ ଜଣେ ଭଲ ଜୀବନସାଥୀ ମିଳୁ। ଆଉ ସେହି ପୁଅ ମୁମ୍ବାଇର ପେରି କ୍ରସ୍ ରୋଡ୍ରେ ରହୁଥିବା ଦରକାର। ଯାହାଦ୍ୱାରା ବାହାଘର ପରେ ମଧ୍ୟ ସାରା ପରିବାର ପାଖରେ ରହିପାରିବେ। ସାନିଆଙ୍କ ଏହି ମଜାଳିଆ କଥା ଶୁଣିବା ପରେ ସାରାଙ୍କ ବାହାଘରକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ବଢ଼ିଛି।
କେବଳ ଭାଉଜ ନୁହନ୍ତି, ଝିଅର ବାହାଘର କଥାରେ ବାପା ସଚିନ ମଧ୍ୟ ମଜାଳିଆ ଢଙ୍ଗରେ ନିଜ ମତ ରଖିଛନ୍ତି। ସାରାଙ୍କୁ ଜଣେ ଭଲ ଓ ମନପସନ୍ଦର ଜୀବନସାଥୀ ମିଳୁ ବୋଲି ସେ କହିଛନ୍ତି। ଏହାପରେ ଆଉ ଅଧିକ କିଛି କହିବା ଠିକ୍ ହେବନି ବୋଲି ମଧ୍ୟ ସଚିନ କହିଛନ୍ତି। ବାପା ଓ ଭାଉଜଙ୍କ ଏହି କଥା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏହି ଭିଡିଓରୁ ସାରାଙ୍କ ବାହାଘର ଠିକ୍ ହୋଇଯାଇଛି ବୋଲି କୁହାଯାଇପାରିବ ନାହିଁ। ତେନ୍ଦୁଲକର ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ବିବାହକୁ ନେଇ କୌଣସି ଅଧିକାରିକ ସୂଚନା ଦିଆଯାଇନାହିଁ। କିନ୍ତୁ ପରିବାର ଲୋକଙ୍କ ଏହି ମନ୍ତବ୍ୟ ପରେ ସାରା କେବେ ବାହା ହେବେ, ତାହା ଜାଣିବାକୁ ଫ୍ୟାନ୍ସ ଅପେକ୍ଷା କରିଛନ୍ତି।