(ପାଲଲହଡ଼ା / ଖଗେଶ୍ୱର ପିଙ୍ଗୁଆ ) : ପାଲଲହଡା ବ୍ଲକର ଖମାର ପଞ୍ଚାୟତ ଧୋବା ସାହି ରେ ବାସ କରନ୍ତି ସୌରୀ ବେହେରା । ନିଜର ବୋଲି କେହି ନାହିଁ । ନା ଅଛିନ୍ତି ସ୍ୱାମୀ ନା ଅଛି ପୁଅ । ଗୋଟିଏ ବୋଲି ଝିଅ ଥିଲା ସିଏବି ପର ଘରକୁ ଚାଲିଗଲା ! ବର୍ତମାନ ସେ ବେ ସାହାରା । ମୁଣ୍ଡଗୁଞ୍ଜିବାକୁ ଘର ଟିଏ ମଧ୍ୟ ନାହିଁ । ବର୍ତମାନ ସେ ଯେଉଁ ଗୃହ ରେ ବାସ କରୁଛନ୍ତି ତାହା ସତେ ଯେମିତି ଗାଈ ଗୁହାଳ ପରି କ୍ଷ ଖମାର ପଞ୍ଚାୟତ ଠୁ ସୌରୀଙ୍କ ଘର ବେଶୀ ଦୂର ନୁହେଁ. ମାତ୍ର ୨୦୦ ମିଟର ଦୂରତା କ୍ଷ ତାଙ୍କ କହିବା ମୁତାବକ ସେ ବାରମ୍ବାର ପ୍ରଶାସନକୁ କହିଆସୁଛନ୍ତି । କିନ୍ତୁ କେହି ଶୁଣିବାର ନା ଧରୁ ନାହାନ୍ତି । ପଡୋଶୀ ଲୋକ ମାନଙ୍କୁ ଘର ମିଳିଲାଣି କିନ୍ତୁ ସରକାର ତାଙ୍କୁ ଅଣଦେଖା କରୁଛନ୍ତି ବୋଲି ସେ କହିଛନ୍ତି । ନିରାଶ ହୋଇ ଗଣମାଧ୍ୟରେ ଜଣେଇବାକୁ ବାଧ୍ୟ ହେଲେ ବୋଲି ସେ କହିଛନ୍ତି । ଏହି ଧୋବା ସାହିରେ କେବଳ ସୌରୀ ନୁହନ୍ତି ଏମିତି ଅନେକ ଙ୍କ ଘର ଏହିପରି ଅବସ୍ଥାରେ ଚାଲୁଛନ୍ତି ।