ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି ଆନ୍ଧ୍ରପ୍ରଦେଶ ବାଚସ୍ପତି

(ରିପୋଟରର୍ସ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ) : ଆନ୍ଧ୍ରପ୍ରଦେଶ ବିଧାନସଭା ବାଚସ୍ପତି ଟି.ସୀତାରାମ ମଙ୍ଗଳବାର ସକାଳେ ଗଞ୍ଜାମ ଜିଲା ବ୍ରହ୍ମପୁର ମା’ ବୁଢ଼ୀ ଠାକୁରାଣୀଙ୍କ ଦର୍ଶନ କରିଛନ୍ତି। ସପରିବାର ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିବା ସହ ବ୍ରହ୍ମପୁର ସହରର ଉନ୍ନତି ନେଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ତେବେ ଏଠାରୁ ସେ ଭୈରବୀ ମନ୍ଦିର ହୋଇ ଆନ୍ଧ୍ରପ୍ରଦେଶ ଅଭିମୁଖେ ବାହାରିଛନ୍ତି।
ସୋମବାର ରାତିରେ ବାଚସ୍ପତି ସୀତାରାମ ସପରିବାର ବ୍ରହ୍ମପୁର ସହରରେ ପହଞ୍ଚି କମାପଲିଠାରେ ନିଜ ସମ୍ପର୍କୀୟଙ୍କ ଘରେ ରାତ୍ରିଯାପନ କରିଥିଲେ।