ଆଜ୍ଞାଙ୍କ ନିୟମ ଉଲ୍ଲଂଘନର ଭିଡିଓ ଭାଇରାଲ

(ରଜନୀକାନ୍ତ ପାତ୍ର) ହିଞ୍ଜିଳି: ନୂତନ ମୋଟର ଭେହିକିଲ ଆକ୍ଟ ଲାଗୁ ହେବା ପରେ ସରକାର ଲୋକଙ୍କ ଠାରୁ ବିଭିନ୍ନ ବାଟରେ ଜରିମାନା ଆଦାୟ କରୁଛନ୍ତି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି । ଲୋକେ ଏବେ ସରକାରୀ ଗାଡି ଓ ସରକାରୀ ବାବୁଙ୍କ ଆଇନ ଉଲ୍ଲଙ୍ଘନକୁ ନେଇ ପ୍ରଶ୍ନ କରିବାକୁ ପଛାଉ ନାହାନ୍ତି । ଗତକାଲି ରାତିରୁ ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ସାନ୍ତନୁ କୁମାର ପାଢୀ ଗାଡି ଯାଞ୍ଚଞ୍ଚ କରୁଥିବା ବେଳେ ନିଜେ ନିୟମର ଖୁଲମ ଖୁଲା ଉଲ୍ଲଙ୍ଘନ କରିଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି ।