(ସତ୍ୟ ନାରାୟଣ ପାଲ)ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣିସ୍ଥ ବ୍ଳକ୍ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସରରେ ଅଧ୍ୟକ୍ଷ ଡଃ ପୂର୍ଣଚନ୍ଦ୍ର ବ୍ରହ୍ମଙ୍କ ସଭାପତିତ୍ବରେ ଓଡିଶା ଆଦିବାସୀ ସଂସ୍କୃତି ଓ ପ୍ରାଥମିକ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଡଃ ଦିଗମ୍ବର ଗିରି,ଶିକ୍ଷକ ତିମିର ରଂଜନ ପଣ୍ଡା ,ସଂସ୍କୃତି ଗବେଷକ,ସାମାଜିକ କର୍ମି,ସଂସ୍କୃତିପ୍ରେମୀ ଭାବେ ସାନ୍ତାଳି ସମାଜର ମାତୁରାମ ମାର୍ଣ୍ଡି,ସିମାଲ ମୁର୍ମୁ,ରାମଚନ୍ଦ୍ର ହେମ୍ଭ୍ରମ, ସୁନ୍ଦର ମୋହନ ସୋରେନ ସେହିଭଳି ଭୂମିଗତ ସଂପ୍ରଦାୟର ଜୁଲାପ ସିଂ ସର୍ବଦା,ସୁରେନ୍ଦ୍ର ସର୍ବଦା,ମହେନ୍ଦ୍ର ସର୍ବଦା ସେହିଭଳି ମୁଣ୍ଡା ସଂପ୍ରଦାୟର କୁନା ମୁଣ୍ଡା,ମୋଚିରାମ ମୁଣ୍ଡା,ପ୍ରଦୀପ ସିଂ ପ୍ରମୁଖ ଯୋଗ ଦେଇଥିଲେ । ସେମାନଙ୍କର ସଂସ୍କୃତିର ପର୍ବ ବାହାବଙ୍ଗା ପର୍ବ,ସହରାଇ ପର୍ବ ଉପରେ ଆଲୋକପାତ କରିଥିଲେ ।ବକ୍ତାମାନେ ସଂସ୍କୃତି ପ୍ରାଥମିକ ସ୍ତରରେ ପାଠ ସହିତ ଯୋଡିବା ଉପରେ ଆଲୋକପାତ କରିଥିଲେ ।