ମହିଳାଙ୍କୁ ଧକ୍କା ଦେଲା ବାଇକ , ମହିଳା ଗୁରୁତର

(ରାଇରଙ୍ଗପୁର / ସତ୍ୟ ନାରାୟଣ ପାଲ ) : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାଇରଙ୍ଗପୁର – ବିଶୋଇ ରାସ୍ତା ଭରଣ୍ଡିଆଠାରେ ଜଣେ ମହିଳା ଘର ପାଇଁ ଜାଳେଣି ଆଣୁଥିବାବେଳେ ରାସ୍ତାରେ ଦୃତଗତିରେ ଏକ ବାଇକ୍ ଆସି ତାଙ୍କୁ ଧକ୍କା ଦେଇଥିଲା । ଫଲରେ ତାଙ୍କର ଗୋଡରେ ପ୍ରବଳ ରକ୍ତସ୍ରାବ ହେବା ସହ ସାଦର ହାଡ ଦେଖା ଯାଉଥିଲା ।ଗୁରୁତର ଅବସ୍ଥାରେ ବିଜାତଳା ଅଗ୍ନିଶମ ବିଭାଗ କର୍ମଚାରୀ ତାଙ୍କ ଗାଡିରେ ରାଇରଙ୍ଗପୁର ଡାକ୍ତରଖାନା ପହଞ୍ଚାଇଥିଲେ ।ଘଟଣାଟି ସଂଧ୍ୟା ୬ ଟା ପାଖାପାଖି ସମୟରେ ଘଟିଥିଲା । ମହିଳାଙ୍କ ନାମ ଲିପି ମାହାଲି ସ୍ୱାମୀ -ନରସୀଂହ ମହାନ୍ତ,ଘର -ଭରଣ୍ଡିଆ । ବାଇକ୍ ଚାଳକ ଖସି ପଳାଉଥିବାବେଳେ ରାଇରଙ୍ଗପୁର ଆଇଟିଆଇ ଛାତ୍ରମାନେ କାବୁ କରିଛନ୍ତି ।