ମାଟିି କାମୁଡି ପଡିଛି କଳାକୃତି

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ସ୍ମାର୍ଟ ସିଟିର ମାନ୍ୟତା ପାଇବା ପାଇଁ ବିଶେଷ କରି ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ମହାନଗର ନିଗମ ସର୍ବାଧିକ ଗୁରୁତ୍ୱ ଦେଇଥିଲା । ସହରର ତିନୋଟି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯାଇଥିଲା । କ୍ୟାପିଟାଲ ହସ୍ପିଟାଲରୁ ଏଜି ଛକ, ସଚିବାଳୟ ସାମ୍ନା ଏବଂ ଆଚାର୍ଯ୍ୟବିହାର ଛଳରୁ ସୈନିକ ସ୍କୁଲ ଛକକୁ ସଜା ଯାଇଥିଲା । ରାସ୍ତାରେ ଯାଉଥିବା ଲୋକେ ଘଡିଏ ଏଠାରେ ଠିଆହୋଇ ଏହାର ଶୋଭା ଉପଭୋଗ କରିଥିଲେ । ଏଥିପାଇଁ ବିପୁଳ ମାତ୍ରାରେ ଅର୍ଥ ବ୍ୟୟ କରାଯାଇଥିଲା ।
ଆଚାର୍ଯ୍ୟବିହରରୁ ସୈନିକ ସ୍କୁଲ ଯାଏ ଥିବା ରାସ୍ତା ପାଶ୍ୱର୍ରେ ଓ ଦୁଇ ରାସ୍ତା ମଝିରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଏବେ ସେସବୁର ଚିହ୍ନବର୍ଣ୍ଣ ମିଳୁନାହିଁ । ପଥିକଙ୍କୁ ଆକର୍ଷିତ କରୁଥିବା କଳାକୃତି ମାଟି କାମୁଡି ତଳେ ପଡି ରହିଛି । ଫନି ବାତ୍ୟାରେ ଭାଙ୍ଗିଯାଇଥିବା କଳାକୃତିର ମରାମତି ବା ପୁନଃରୁଦ୍ଧାର କରାଯାଉ ନାହିଁ । କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ଧ୍ୱଂସ ବିଧ୍ୱସ୍ତ କଳା ଉପରେ ବିଏମସିର ନଜର ପଡୁନାହିଁ ।