ଗାଧେଇବା ହେଲା କାଳ

( ସର୍ବେଶ୍ୱର ପାତ୍ର) : ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହୁଲପାଳ ଗାଁରେ ନାହାକ।ଣି ପୋଖରୀ ରେ ଗାଧୋଇଲା ବେଳେ ବୁଡିଯାଇ ଗ୍ରାମର ଗିରିସ ଦେହୁରୀଙ୍କର ମୃତ୍ୟୁ ହୋଇଯାଇଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲ କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ।