(ରିପୋଟରର୍ସ ଟୁର୍ଡ଼େ : ମୃତ୍ୟୂଞ୍ଜୟ ଭୋଇ ) : ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକର ବାଇଗଡ଼ିଆ ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି। ନୀଳଗିରି ବ୍ଲକର ମହିଷାପଟା ପଞ୍ଚାୟତର ଶାଳବଣୀ ଓ କୁଆନାଳୀ ଗ୍ରାମର ୭ଜଣ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଅଯୋଧ୍ୟା, ନୀଳଗିରି ଓ ବାଲେଶ୍ୱର ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି। ଜଙ୍ଗଲୀ ଛତୁ, ଦୂଷିତ ପାଣି ଯୋଗୁଁ ଝାଡ଼ାବାନ୍ତି ହୋଇଥିବା ଅଞ୍ଚଳବାସୀ ଦାବି କରିଛନ୍ତି । ଖବର ପାଇ ବରହମ୍ପୁର ମୋବାଇଲ୍ ହେଲଥ୍ ୟୁନିଟ୍ ଆୟୁଷ ଡାକ୍ତର ଶ୍ରୀଧର ବେହେରା, ଫାର୍ମାସିଷ୍ଟ ଦିବାକର ମହାପାତ୍ର, ଏ.ଏନ୍.ଏମ୍. କୀର୍ତ୍ତିଲତା ନାୟକ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତ ଅନୁଧ୍ୟାନ କରିବା ସହିତ ଝାଡ଼ାବାନ୍ତି ଯେପରି ଗାଁସାରା ନ ବ୍ୟାପେ ସେଥିପାଇଁ ଗ୍ରାମବାସୀଙ୍କୁ ସଚେତନ କରି ଔଷଧ ବଣ୍ଟନ କରିଥିଲେ।