ବନ୍ଦ ହେଲା ହୀରାକୁଦର ୫ ଗେଟ

(ହରପ୍ରସାଦ ବିଶୋଇ)ରିପୋର୍ଟସଟୁଡେ: ଉପର ମୁଣ୍ଡରେ ବର୍ଷା କମିବା ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳ ପତ୍ତନ ହ୍ରାସ ପାଉଛି । ଏହାକୁ ନଜରରେ ରଖି ଡ୍ୟାମରେ ଖୋଲାଥିବା ୧୦ଟି ଗେଟ ମଧ୍ୟରୁ ୫ଟି ଆଜି ପୁଣି ବନ୍ଦ କରି ଦିଆଯାଇଛି । ଯେକୌଣସି ମୁହୂର୍ତ୍ତରେ ଆଉ ୫ଟି ବନ୍ଦ ହୋଇପାରେ ।
ଅନ୍ୟପକ୍ଷରେ ପୂର୍ବରୁ ହୀରାକୁଦରୁ ନିସ୍କାଷିତ ହୋଇଥିବା ପାଣି ଆଜି ମୁଣ୍ଡୁଳିରେ ପହଁଚିବ । ଏଠାରୁ ପ୍ରାୟ ସାଢେ ୫ ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେବ ବୋଲି ଜଳ ସମ୍ପଦ ବିଭାଗ କହିଛି । ଆହୁରି ମଧ୍ୟ ଏହା ଦ୍ୱାରା କୌଣସୀ ବଡ ଧରଣର ବନ୍ୟା ଆଶଙ୍କା ନଥିବା ବିଭାଗ ସ୍ପଷ୍ଟ କରିଛି ।