ଜାମ୍ମୁରେ ଜୀବନ ସ୍ୱାଭାବିକ ହେଉଛି, ୫ ଜିଲ୍ଲାକୁ ମୋବାଇଲ ସଂଯୋଗ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ୧୩ ଦିନ ପରେ ଶନିବାର ଜାମ୍ମୁ ଓ କାଶ୍ମୀରର ପାଞ୍ଚଟି ଜିଲ୍ଲାକୁ ମୋବାଇଲ୍‌ ସେବା ପୁନଃ କା ର୍ଯ୍ୟ କାରି ହୋଇଛି । ସକାଳୁ ଜାମ୍ମୁ, ରିଆସି, ସାମ୍ବା, କଠୁଆ ଏବଂ ଉଧାମପୁରରେ ୨ଜି ମୋବାଇଲ୍‌ ସେବା ପୁଣି ଯୋଗାଇ ଦିଆଯାଇଛି ।
ଧାରା ୩୭୦ ଉଚ୍ଛେଦ କରିବା ପରେ କେନ୍ଦ୍ର ସରକାର ଗତ ୫ ତାରିଖରୁ ସେଠାର ସୁରକ୍ଷା ଦୃଷ୍ଟିରୁ କର୍ଫୁ ଜାରି କରିଥିଲା । ତେବେ ଲୋକଙ୍କ ଜୀବନ ଧାରଣ ପ୍ରକ୍ରିୟାକୁ ସ୍ୱାଭାବିକ ରଖିବାକୁ ସେଠାରେ ନିତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଥିଲା । ତେବେ ସେଠାର ସ୍ଥିତି ଅନୁଧ୍ୟାନ କରିବା ପରେ ସରକାର ଧୀରେ ଧୀରେ ସମସ୍ତ କଟକଣା ଉଠାଇ ଦେବାରେ ଲାଗିଛି । ଗତକାଲି ମୋବାଇଲ ଓ ଲାଣ୍ଡ ଲାଇନ ସେବା ଯୋଗାଇ ଦେବାକୁ ନେଇ ତଥା ସୋମବାରଠାରୁ ସମସ୍ତ ସ୍କୁଲ ଖୋଲାଯିବା ସମ୍ପର୍କରେ ସରକାର ପକ୍ଷରୁ ସୂଚନା ରହିଥିଲା । ଜାମ୍ମୁ ଓ କାଶ୍ମୀରର ମୁଖ୍ୟ ଶାସନ ସଚିବ, ବିଭିଆର୍‌ ସୁବ୍ରାହ୍ମାନିୟାନ୍‌ କହିଥିଲେ, ଟେଲିକମ୍‌ ସଂଯୋଗ ଛିନ୍ନ କରାଯିବ ଏବଂ ପର୍ଯ୍ୟ।ୟ କ୍ରମେ ସେବା ଯୋଗାଇ ଦିଆଯିବ। ସେହିପରି ଗତକାଲି ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟ ପାଲ ମଲିକ ସ୍ୱାଭାବିକ କାର୍ଯ୍ୟ ଆରମ୍ଭ କରିବାକୁ ସମସ୍ତ ସରକାରୀ କାର୍ଯ୍ୟଳୟଗୁଡ଼ିକୁ ନିର୍ଦେଶ ଦେଇଥିଲେ।