ପାହାଡ଼ ମାଫିଆଙ୍କ ଉପରେ ଲଗାମ ଲଗାଇଛି ଏସଟିଏଫ

(ଆଦର୍ଶ ରାଉତ / ରିପୋର୍ଟସ ଟୁଡ଼େ ) : ଖୋର୍ଦ୍ଧା ଅଂଚଳରେ ପାହାଡ଼ ମାଫିଆଙ୍କ ଉପରେ ଲଗାମ ଲଗାଇବାରେ ସଫଳ ହୋଇଛି କ୍ରାଇମ ବ୍ରାଞ୍ଚର ଏସଟିଏଫ । ଗତ ଏକ ମାସରୁ ଉଦ୍ଦ୍ୱର୍ ସମୟ ଧରି ଖୋର୍ଦ୍ଧା ଅଂଚଳରେ ଏସଟିଏଫ ତରଫରୁ ବହୁବାର ଚଢଇ କରି ଅନେକ ଖଣି ମାଫିଆଙ୍କୁ ଗିରଫ କରିବା ସମେତ ଗୁଡ଼ିଏ ବେଆଇନ ଟ୍ରସରକୁ ସିଲ କରାଯାଇଛି ।
ଆଗକୁ ମଧ୍ୟ ଏହି ଚଢାଉ ଜାରି ରହିବ । ଯେଉଁ ବ୍ୟକ୍ତିମାନେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିକୁ ଯୋର ଜବରଦସ୍ତି ମାଡ଼ି ବସି ବେଆଇନ ପାହାଡ଼ ଖନନ କରୁଛନ୍ତି ତାଙ୍କ ବିଷୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଶ କରିବ ଏସଟିଏଫ ।