ବନ୍ଦ ହେବ ହୀରାକୁଦର ୧୦ଟି ଗେଟ୍

(ମମତା ସାମଲ)ରିପୋର୍ଟସଟୁଡେ: ଉପର ମୁଣ୍ଡରେ ବର୍ଷା ସାମାନ୍ୟ କମିଛି । ଫଳରେ ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ଏବେ ସ୍ଥିର ରହିଛି । ତେଣୁ ଏହାକୁ ନଜରରେ ରଖି ହୀରାକୁଦର ୧୦ଟି ଗେଟ୍‌ ବନ୍ଦ କରାଯିବ ବୋଲି ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଆଉ କିଛି ସମୟରେ ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ଫଳରେ ବିଭିନ୍ନ ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିବା ନେଇ ଅନୁମାନ କରାଯାଇଛି ।
ବର୍ତ୍ତମାନ ହୀରାକୁଦର ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଆଜି ସକାଳ ୬ଟା ସୁଧା ହୀରାକୁଦ ଜଳସ୍ତର ୬୨୦.୮୭ ଫୁଟ୍ ଥିବା ବେଳେ ସେକେଣ୍ଡ ପିଛା ୧,୫୧୫,୫୦ ଘନଫୁଟ ଜଳ ପ୍ରବେଶ କରୁଛି । ଜଳଭଣ୍ଡାରରୁ ସେକେଣ୍ଡ ପିଛା ୩,୨୮୨,୯୫ ଘନଫୁଟ ଜଳ ନିଷ୍କାସିତ ହେଉଛି । ଗତକାଲି ୧୬ଟି ଗେଟ୍ ଖୋଲାଯାଇଥିବା ବେଳେ ଆଜି ସୁଧା ୨୦ଟି ଗେଟ୍ ଖୋଲିଛି ।