(ସରୋଜ କୁମାର ରାଉତ)ରିପୋର୍ଟସଟୁଡେ: ୭୩ତମ ସ୍ୱାଧୀନତା ଦିବସ ଅବସରରେ ୩୮ଜଣ ଓଡିଶା ପୋଲିସ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଛି । ସେଥିମଧ୍ୟରୁ ୨୬ଜଣଙ୍କୁ ସାହସିକତା ପାଇଁ ପୋଲିସ ମେଡାଲରେ ପୁରସ୍କୃତ କରାଯାଇଥିବାବେଳେ ୨ଜଣଙ୍କୁ ରାଷ୍ଟ୍ରପତି ପୁରସ୍କାର ଓ ୧୦ଜଣଙ୍କୁ କାର୍ଯ୍ୟରେ ଉଲ୍ଲେଖୀନ ଅବଦାନ ପାଇଁ ପୁରସ୍କୃତ କରାଯାଇଛି । ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ସମସ୍ତ ପୋଲିସ କର୍ମୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ଗୃହ ସଚିବ ଅଶିତ୍ ତ୍ରିପାଠୀ ,ପୋଲିସ ମହାନିର୍ଦ୍ଦେଶକ ବି.କେ ଶର୍ମା ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।