(ଜ୍ୟୋତିରଂଜନ ଧର/କଣିହାଁ): ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ପଂଚାୟତ ପରିସରରେ ଆଜି ଧୂମଧାମରେ ୭୩ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଜିଗୋଳ ଦାଶରଥି ପାଣି ସ୍ମୃତି କମିଟି ପକ୍ଷରୁ ଆୟୋଜିତ ୭୩ତମ ସ୍ୱାଧିନତା ଦିବସ ଅବସରରେ ବିଜିଗୋଳ ସରପଂଚ ଦୁଶାସନ ସାହୁ ଜାତୀୟ ପତାକା ଉେ ।ଳନ କରିଥିଲେ । ତାଳଚେର ଗଡଜାତ ଅନ୍ଦୋଳନରେ ବିଜିଗୋଳ ଗ୍ରାମର ବ୍ରାହ୍ମଣ ପରିବାରରେ ଜନ୍ମିତ ଦାଶରଥି ପାଣି, ପୋଇପାଳ ଗ୍ରାମର ପବିତ୍ର ମୋହନ ପ୍ରଧାନ, ବୁରୁକୁନା ଗ୍ରାମର ଗୈାରିଶଙ୍କର ପ୍ରଧାନ, ତାଳଚେର ବନ୍ତୋଲ ଗ୍ରାମର କୃ ିବାସ ରଥ, ତାଳଚେର ହାଣ୍ଡିଧୂଆ ଗ୍ରାମର ମାଗୁଣି ଚନ୍ଦ୍ର ପ୍ରଧାନ ପଂଚଶଖା ଅବଦାନ ଅତୁଳନିୟ । ସେହିପରି କଣିହାଁ ବ୍ଲକ କଂସମୁଣ୍ଡା ଗ୍ରାମର ଶତାୟୁ ପୁରୁଷ ବିଛନ୍ଦ ଚରଣ ପ୍ରଧାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ସଂଗ୍ରାମୀ ମାନଙ୍କୁ ଉଚତ୍ ସମ୍ମାନ ଅଦ୍ୟାବଧି ମିଳୁନାହିଁ କହି ସରପଂଚ ଦୁଃଖ ପ୍ରକାଶ କରଥିଲେ । ସେହିପରି ବିଭିନ୍ନ ସ୍ଥାନରେ ସ୍ୱାଧିତା ସଂଗ୍ରାମୀ ସଂଘ ନା’ରେ ସଦସ୍ୟ ମାନଙ୍କ ରୁଗ୍ଣମାନସିକତା ଚାଲିଥିବା ନେଇ ସ୍ମୃତ କମିଟି ସଦସ୍ୟ/ସଦସ୍ୟା ମଧ୍ୟରେ ଆଲୋଚନା ହୋଇଥିଲା । ସଂପୃକ୍ତ ସଂଘର ସଦସ୍ୟ ମାନେ ନିଜ ଫାଇଦା ଚକର ରେ ଖୋଦ୍ ସ୍ୱାଧିନତା ସଂଗ୍ରାମୀମାନଙ୍କ ଦାୟଦଙ୍କୁୁ ସଦସ୍ୟତାରୁ ଦୂରେଇ ରଖାଯାଉଛି, ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଯାହାକି ସ୍ୱାଧିନତା ସଂଗ୍ରାମୀ ମାନଙ୍କ ପ୍ରତି ଅପମାନ ସଦୁଶ । କିନ୍ତୁ ବିଜିଗୋଳ ଦାଶରଥି ପାଣି ସ୍ମୃତି କମିଟି ରେ ସଂଗ୍ରାମୀମାନଙ୍କ ଦାୟଦଙ୍କୁୁ ଖୋଜି ଖୋଜି ସଦସ୍ୟ କରାଯିବା ସହିତ ଉଚିତ୍ ସମ୍ମାନ ଦିଆଯିବ । ସେହିପରି ତାଳଚେର ଉପଖଣ୍ଡ ର ୧୮ ବର୍ଷରୁ ଇଛୁକ ବ୍ୟକ୍ତି ସଦସ୍ୟତା ଗ୍ରହଣ କରାଯିବ । ଏଥିପାଇଁ କୈାଣସି ଆବେଦନର ଆବଶ୍ୟକତା ନାହିଁ । ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ମନେପକାଇବାର ଏହି କମିଟିର ଏକମାତ୍ର ଉଦ୍ଦେଶ୍ୟ ଓ ପ୍ରୟାସ ହେଲା ବୋଲି ସ୍ମୃତି କମିଟି କୋଷାଧକ୍ଷ ପି ୁ ସାହୁ ପ୍ରକାଶ କରନ୍ତି । ଏହି ଅନୁଷ୍ଠାନ ୪ର୍ଥ ବର୍ଷରେ ପଦାର୍ପଣ କରିଥିବା ବେଳେ ଚଳିତ ବର୍ଷ ସରକାରୀ ଭାବେ ପଂଜିକରଣ ହେବ ବୋଲି କମିଟି ସଦସ୍ୟଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟ ସଂଘ ଭଳି ଏଠି ମନଇଛା ରାଜନିତି ଚାଲେନାହିଁ କି ଅନ୍ୟ ସଂଘ ଭଳି କ÷÷ାଣସି ସଂସ୍ଥାରୁ କାର୍ଯ୍ୟକ୍ରମ ବାହାନାରେ କାହାକୁ ହାତପତା ଯାଏନାହିଁ । ଦାଶରଥି ପାଣିଙ୍କ ନିତି ଆଦର୍ଶକୁ କମିଟି ପାଥେୟ କରି କାମରେ ଲଗାଇଥାଏ ବୋଲି ସଦସ୍ୟ କୁହନ୍ତି । ସ୍ୱାଧିନତା ସଂଗ୍ରମୀଙ୍କ ନାମକୁ ବଦ୍ନାମ କରୁଥିବା କିମ୍ବା କୁଚକ୍ରି ଗୋଷ୍ଠୀଙ୍କ ଦ୍ୱାରା ସଂଗ୍ରାମୀ ମାନଙ୍କ ଅବଦାନକୁ ସୀମିତ ରଖିବା କବ୍ଜାକାରୀଙ୍କୁ ପ୍ରଭୁ ଜଗନ୍ନାଥ ସଦ୍ବୁଦ୍ଧି ଦିଅନ୍ତୁ ବୋଲି ସଂଗ୍ରାମୀ ଦାୟଦ ସୈାରଭ ପ୍ରଧାନ ଓ ପି ୁ ପ୍ରଧାନ ମତପ୍ରକାଶ କରନ୍ତି । ସ୍ମୃତି କମିଟି ଟ୍ରେଜରର ପି ୁ ସାହୁଙ୍କ ସହୋ୍ଗରେ କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗୀତା କରାଯ୍ଧବ ପୁରଷ୍କୃତ କରାଯାଇଥିଲା । କମିଟିର ଅନ୍ୟସଦସ୍ୟ ତଥା ପଂଚାୟତ ମେମ୍ବର ବିଜୟ ସାହୁ, ଦୁଷ୍ମନ୍ତ ସାହୁ, ଗୁଲୁ ପ୍ରଧାନ, ପୂର୍ବ ନ ନାଏବ ସଂପଚ ପଂଚାନନ୍ନ ସାହୁ, ମୁନା ସାହୁ, ଅଙନାବାଡି କର୍ମୀ ୍ୱଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ ।