ଘରୋଇ କହଳକୁ ନେଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ବାପାପୁଅ

( ଚିତ ରଞ୍ଜନ ସାହୁ) : ଘରୋଇ କଳହ ଯୋଗୁଁ କୀଟନାଶକ ପିଇ ଆତ୍ମହତ୍ୟା କରିବାକୁ ଉଦମ୍ୟ କରିଛନ୍ତି ବାପ ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତର ନୂଆଗଡ ଗ୍ରାମରେ । କୌଣସି କାରଣରୁ ବାପା ପରମା ସୁନା ଏବଂ ପୁଅ ବୁଧ ସୁନା ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଉଭୟ ଚାଷରେ ବ୍ୟବହାର ପାଇଁ ରଖାଯାିଥିବା କୀଟନାଶକ ପିଇ ଦେଇଥିଲେ । ସୋମନଙ୍କୁ ପ୍ରଥମେ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିବାରୁ ବୁର୍ଲା ବଡ ମେଡିକାଲକୁ ସ୍ଥାନ୍ତରଣ କରାଯାଇଥିଲା । ଆର୍ଥିକ ସମସ୍ୟା କୁ ନେଇ ଉଭୟ ବାପ ପୁଅ ଙ୍କ ମଧ୍ୟରେ ବହୁ ସମୟରେ ଗଣ୍ଡଗୋଳ ଲାଗୁଥିବା ପରିବାର ବର୍ଗ କହିଛନ୍ତି ।