(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ପୂର୍ବତନ ଆଇସିଆଇସିଆଇ ବ୍ୟାଙ୍କ୍ ସିଇଓ ଚନ୍ଦା କୋଚ୍ଚର ସୋମବାର ଦିନ ପ୍ରବର୍ତ୍ତନ ନିର୍ଦେଶାଳୟରେ ହାଜର ହୋଇଛନ୍ତି। ପୂର୍ବାହ୍ନ ୧୧ଟା ସମୟରେ ୧୧ଟା ବେଳେ ଖାଁ ମାର୍କେଟ୍ରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟ କାର୍ୟ୍ୟାଳୟରେ ଚନ୍ଦା ଉପସ୍ଥିତ ହୋଇଥିଲେ। ତଦନ୍ତ ଆଗେଇ ନେବାରେ ତଦନ୍ତକାରୀ ଅଧିକାରୀଙ୍କୁ ସହାୟତା କରିବାକୁ କୋଚ୍ଚରଙ୍କର ସହଯୋଗ ଆବଶ୍ୟକ ଏବଂ ପ୍ରିଭେନ୍ସନ୍ ଅଫ୍ ମନି ଲଣ୍ଡରିଙ୍ଗ୍ ଆକ୍ଟ୍ରେ ତାଙ୍କ ବୟାନ ରେକର୍ଡ କରାଯିବ।
ବ୍ୟାଙ୍କ୍ ଋଣ ଜାଲିଆତି ଏବଂ କଳାଟଙ୍କା ଧଳା କରିବା କାର୍ଯ୍ୟରେ ଚନ୍ଦା ସମ୍ପୃକ୍ତ ଥିବା ଅଭିଯୋଗରେ ତାଙ୍କ ନାମରେ ମାମଲା ଚାଲିଛି । କିଛି ଦିନ ତଳେ ଏହି ମାମଲାରେ ତାଙ୍କ ସ୍ୱାମୀ ଦୀପକ କୋଚ୍ଚାର୍ ଓ ଦିଅର ରାଜୀବ କୋଚ୍ଚରଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ପଚରା ଉଚୁରା କରିଥିଲା। ଏ ବର୍ଷ ପ୍ରାରମ୍ଭରେ ପ୍ରବର୍ତ୍ତନ ନିର୍ଦେଶାଳୟ ଚନ୍ଦା କୋଚ୍ଚର, ଦୀପକ କୋଚ୍ଚର, ଧୂତ୍ ଏବଂ ଅନ୍ୟମାନଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିଥିଲା।