ମେ ୧୩ରୁ ଆରମ୍ଭ ‘ୟୁଭିକା ୨୦୧୯’

(ରିପୋର୍ଟସଟୁଡେ)ଭୁବନେଶ୍ୱର: ମେ ୧୩ରୁ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରପକ୍ଷରୁ ୟୁଭିକା ୨୦୧୯ କାର୍ୟ୍ୟକ୍ରମ ଅଧୀନରେ ତିନୋଟି ମାଧ୍ୟମର ଛାତ୍ରଛାତ୍ରୀଙ୍କ ପାଇଁ ଘରୋଇ ଗ୍ରୀଷ୍ମକାଳୀନ ତାଲିମ କାର୍ୟ୍ୟକ୍ରମ ଆରମ୍ଭ ହେଉଛି। ୭ଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ୨୯ଟି ରାଜ୍ୟର ୩୬ ଜଣ ଛାତ୍ରଛାତ୍ରୀ ଦୁଇସପ୍ତାହ ଧରି ହେବାକୁଥିବା ଏହି ତାଲିମ କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି। ଓଡିଶାରୁ ୩ ଜଣ ଛାତ୍ରଛାତ୍ରୀ ଏଥିପାଇଁ ମନୋନୀତ ହୋଇଛନ୍ତି, ସେମାନେ ହେଉଛନ୍ତି ଆଧ୍ୟାତ୍ମିକ ପଣ୍ଡା, ଅଙ୍କିତ ଶୁଭଙ୍କର ପରିଡା ଓ ବିଧାନ ଜେନା।

ଇସ୍ରୋର ୪ଟି କେନ୍ଦ୍ର ମାଧ୍ୟମରେ ଏହି ତାଲିମ ପ୍ରଦାନ କରାଯିବ। ବେଙ୍ଗାଲୁରୁଠାରେ ଇସ୍ରୋର ଅଧ୍ୟକ୍ଷ କେ.ଶିବନ୍ ଏହାକୁ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଶିକ୍ଷାର୍ଥୀମାନେ ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରେ ଆସନ୍ତା ୧୭ ତାରିଖରେ ଇସ୍ରୋ ଅଧ୍ୟକ୍ଷଙ୍କ ସହ ମତବିନିମୟ କରିବେ। ଏଥିସହ ସେମାନେ ଲଞ୍ଚ୍ପ୍ୟାଡ଼୍ ଓ ଲଞ୍ଚ୍ ଯାନ ସମନ୍ୱିତ କେନ୍ଦ୍ର ପରିଦର୍ଶନ କରିପାରିବେ।