ଆନନ୍ଦପୁର ବନବିଭାଗକୁ ସଫଳତା: ଲକ୍ଷାଧିକ ଟଙ୍କାର ଶାଳକାଠ ଜବତ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆନନ୍ଦପୁର ବନ୍ୟ ପ୍ରାଣୀ ବନଖଣ୍ଡ ଅଧୀନ ଦେଓଗାଁ ବନାଞ୍ଚଳରେ ବନବିଭାଗକୁ ବିରାଟ ସଫଳତା । ବିଭାଗ ପକ୍ଷରୁ ଚଢାଉ କରାଯାଇ ୧ ଲକ୍ଷ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କାର ଶାଳକାଠ ଜବତ ହୋଇଛି। ଧୁରଡିଆମ୍ବ ଗ୍ରାମ ମୁଣ୍ଡୁରଳରୀ ସାହିରେ ବନବିଭାଗ ଚଢାଉ ବେଳେ ଏହି ସଫଳତା ମିଳିଛି । ବୁଧବାର ଦିନ ଉକ୍ତ ଜଙ୍ଗଲରୁ ମୂଲ୍ୟବାନ ଶାଳକାଠ କଟାଯାଇ ଅନ୍ୟତ୍ର ଚୋରା ଚାଲାଣ କରାଯିବାର ସୂଚନା ପାଇ ଡ଼ିଏଫଓ ବ୍ୟାପକ ପ୍ରସ୍ତୁତି କରିଥିଲେ । ବିଭାଗ ବହୁ ପରିମାଣର କାଠ ଜବତ କରିଥିବା ବେଳେ କିନ୍ତୁ କାଠ ମାଛିଅ ଫେରାର ହୋଇ ଯାଇଛି । ଜବତ ହୋଇଥିବା କାଠକୁ ଟ୍ରାକ୍ଟର ଯୋଗେ ହରିଚନ୍ଦନପୁର ବନବିଭାଗ କାର୍ୟ୍ୟାଳୟକୁ ନିଆଯାଇଛି ।