ମାଛ ମୁଣ୍ଡ ଖାଆନ୍ତୁ ମିଳିବ ଅନେକ ଫାଇଦା

(ଭୁବନେଶ୍ୱର /ରିପୋର୍ଟସଟୁଡେ):ବହୁ ଲୋକେ ମାଛ ଖାଇବାକୁ ଖୁବ ପସନ୍ଦ କରିଥାଆନ୍ତି। କିଛି ଲୋକେ ସ୍ୱାଦ ତ କିଛି ଲୋକେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହାକୁ ଖାଇ ଥାଆନ୍ତି। ମାଛ ଖାଇବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ। ମାତ୍ର ମାଛ ମୁଣ୍ଡ ଖାଇଲେ ଏହାର ବହୁ ଉପକାରୀ ଗୁଣ ରହିଛି। ତାହା ହୁଏତ ସଭିଏଁ ଜାଣିନଥିବେ। ଆସନ୍ତୁ ଜାଣିବା ମାଛ ମୁଣ୍ଡ ଖାଇଲେ କ’ଣ ଉପକାର ମିଳେ
ମାଛ ମୁଣ୍ଡ ଖାଇବା ଦ୍ୱାରା ଚକ୍ଷୁ ଜନିତ ସମସ୍ୟା ଦୂର ହୋଇଥାଏ। ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥାଏ।
ଏହାକୁ ଖାଇଲେ ବିଭିନ୍ନ ରୋଗ ଦୂର ହୁଏ।ଆଖି ଆଖି ଲାଲ ହେବା, ଆଖିର ଜଳାପୋଡ଼ା ସମସ୍ୟା ଦୂର ହୁଏ। ବହୁ ଲୋକଙ୍କ ଆଖିରୁ ପାଣି ବାହାରିଥାଏ। ସେମାନେ ମାଛ ମୁଣ୍ଡ ଖାଇଲେ ତାଙ୍କର ଏହି ସମସ୍ୟା ଦୂର ହୁଏ। ମାଛ ମୁଣ୍ଡ ଖାଇଲେ କେଶ ଛଡ଼ିବା ବନ୍ଦ ହୋଇଥାଏ।
କେଶ ଘନ ଓ କଳା ହୋଇଥାଏ।
ମାଛମୁଣ୍ଡ ଖାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।
ଚର୍ମର ଶୁଷ୍କତା ଦୂର ହୋଇଥାଏ।
ହାଡ଼ ଶକ୍ତ ହୋଇଥାଏ।