(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ଅଧୀନସ୍ଥ କଳ୍ପନା ଛକ ନିକଟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ପୁରୀ ରୁ ଫେରିବା ବେଳେ କାରଟି କଳ୍ପନା ଛକ ନିକଟରେ ଭାରସାମ୍ୟ ହରାଇ ଏକ ଡିଭାଇଡ଼ର ଉପରକୁ ମାଡି ଯାଇଥିଲା । ଫଳରେ କାରଟି ସମ୍ପର୍ଣ୍ଣ ଭାଙ୍ଗି ଚୁରମାର ହୋଇଯାଇଛି । ଘଟଣାସ୍ଥଳରେ ଲକ୍ଷ୍ମୀସାଗର ଥାନା ପୋଲିସ ପହଁଚି କାର ଡ୍ରାଇଭରଙ୍କୁ ଉଦ୍ଧାର କରିଥିବା ଜଣାପଡିଛି।