(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଫୋନି ପାଇଁ ଆତଙ୍କିତ ନ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ନିଆଯାଇଛି ବୋଲି ସେ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।
ନବୀନ କହିଛନ୍ତି ଯେ, ବାତ୍ୟା ଫୋନିରେ ପ୍ରଭାବିତ ହେଉଥିବା ଅଂଚଳରୁ ଲୋକମାନଙ୍କୁ ୧୦୦ ପ୍ରତିଶତ ସ୍ଥାନାନ୍ତର କରାଯିବ । ଏଥିପାଇଁ ଗତକାଲି ଜିଲ୍ଲାପାଳ ଏବଂ ସଚିବଙ୍କ ସହ ଆଲୋଚନା କରାଯାଇଛି । ପ୍ରତ୍ୟେକ ଜୀବନ ମୂଲ୍ୟବାନ । ଏହାସହ ଏଥିରେ ଭୟଭୀତ ନହେବା ସହ ବାତ୍ୟର ମୁକାବିଲା ଏବଂ ଧନଜୀବନର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି ।