ଫୋନି ପାଇଁ ୫ଆଇଏଏସଙ୍କୁ ୫ ଜିଲ୍ଲାର ଦାୟିତ୍ୱ

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଭୟଙ୍କର ରୂପ ନେଇଛି । ଘଣ୍ଟାକୁ ୧୦ କିମି ବେଗରେ ଓଡ଼ିଶା ଆଡ଼େ ମାଡ଼ି ଆସୁଛି । ସାମୁଦ୍ରିକ ଝଡ଼ ଫୋନି ଆସନ୍ତା ୩ତାରିଖ ଅପରାହ୍ନରେ ପୁରୀ ବାଲୁଖଣ୍ଡରେ ସ୍ଥଳଭାଗ ଛୁଇବାର ସମ୍ଭାବନା ରହିଛି । ତେଣୁ ରାଜ୍ୟରେ କ୍ଷୟକ୍ଷତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି । ଫୋନିର ମୁକାବିଲା ପାଇଁ ପାଞ୍ଚଜଣ ଆଇଏଏସଙ୍କୁ ୫ଟି ଜିଲ୍ଲା ରିଲିଫ ଓ ଥଇଥାନ ଦାୟିତ୍ୱରେ ରଖାଯାଇଛି ।
ପୁରୀରେ ସୁରେଶ ମହାପାତ୍ର ,ଜଗତସିଂହପୁରରେ ପ୍ରଦୀପ୍ତ ମହାପାତ୍ର, କେନ୍ଦ୍ରାପଡ଼ାରେ ପ୍ରଦୀପ ଜେନା ,ଯାଜପୁରରେ ଅନୀଲ ସାମଲ ଓ ବାଲେଶ୍ୱରରେ ବଲୱନ୍ତ ସିଂହ ଏହି ଦାୟିତ୍ୱରେ ରହିଛନ୍ତି ।
ଫୋନି ବର୍ତ୍ତମାନ ପୁରୀ ଠାରୁ ୬୮୦ କିମି ,ବିଶାଖାପାଟଣା ଠାରୁ ୪୩୦ କିମି ଦୂରରେ ରହିଛି । ଫୋନି ପ୍ରଭାବରେ ରାଜ୍ୟରେ ୧୭୫ରୁ ୨୦୫ କିମି ବେଗରେ ପବନ ବହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।