(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଧନିଆ ସ୍ବାସ୍ଥ୍ୟ ପାଇଁ ଅଧିକ ଉପଯୋଗୀ। ତେବେ ଧନିଆର ଉପକାରୀ ଗୁଣ ସମ୍ପର୍କରେ ଜାଣି ରଖନ୍ତୁ।
-ଧନିଆ ମଞ୍ଜିରେ ଭିଟାମିନ୍ କମ୍ ଥାଏ। ମାତ୍ର ଏଥିରେ ଫାଇବର, କାଲସିିୟମ, ମାଙ୍ଗାନିଜ, ଭିଟାମିନ-ସି ଏବଂ ଆଇରନ ଭରପୂର ମାତ୍ରାରେ ଥାଏ। ଶରୀରରୁ ଦୂଷିତ ପଦାର୍ଥକୁ ବାହାର କରିବାରେ ଏହା ସାହାଯ୍ୟ କରିବା ସହ ଅନ୍ତଃକ୍ରିୟାକୁ ନିୟମିତ କରିଥାଏ।
-ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ପାଚନ ପ୍ରକ୍ରିୟାକୁ ସରଳ କରିବା ସହିତ ପାଚନ ମାଂସପେଶୀକୁ ଆରାମ ଦେଇଥାଏ। ତେବେ ଏଥିରେ ଥିବା କାଲସିୟମ, ମାଙ୍ଗାନିିଜ, ମ୍ୟାଗ୍ନେସିୟମ ହାଡ଼କୁ ଶକ୍ତ କରିଥାଏ। ଏଥିସହିତ ହାଡ଼ ସହ ଜଡ଼ିତ ମାଂସପେଶୀକୁ ରୋକିଥାନ୍ତି। ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୂର ମାତ୍ରାରେ ଥିବାରୁ ତ୍ୱଚା ସମ୍ପର୍କିତ ସମସ୍ୟାରେ ପରିବର୍ତ୍ତନ କରିଥାଏ। ଏହା ଏକ୍ଜିମା, ରୂକ୍ଷପଣ ଏବଂ କୁଣ୍ଡାଇ ହେବା ଆଦି ସମସ୍ୟାରୁ ରକ୍ଷା କରିଥାଏ।
-ଅନେକ ବର୍ଷ ପୂର୍ବରୁ ଧନିଆକୁ ମାଉଥ୍ ଫ୍ରେଶର ଭାବେ ବ୍ୟବହାର କରାଯାଉଥିଲା। ମୁହଁ ସହ ଏହା କେଶ ପାଇଁ ମଧ୍ୟ ଅଧିକ ଲାଭଦାୟକ ହୋଇଥାଏ। କେଶ ଝଡିବା, କେଶମୁହଁ ଫାଟିବା ଆଦି ସମସ୍ୟାରୁ ଲାଭ ଦେଇଥାଏ ଧନିଆ।