ମୋଟର ସାଇକେଲରେ ଆକ୍ରମଣ କରିପାରନ୍ତି ଆତଙ୍କବାଦୀ: ଗୁଇନ୍ଦା

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ପୁଲ୍‌ଓ୍ଵାମା ଆକ୍ରମଣ ଭଳି ଆଉ ଗୋଟିଏ ଆକ୍ରମଣ କରିବାକୁ ଆତଙ୍କବାଦୀମାନେ ଉଦ୍ୟମ କରୁଥିବା ଓ ଏହି ଆକ୍ରମଣରେ କାର ବଦଳରେ ମୋଟର ସାଇକେଲ ବ୍ୟବହାର ପରି ପାରନ୍ତି ବୋଲି ରବିବାର ସକାଳେ ଗୁଇନ୍ଦା ଏଜେନ୍‌ସି କହିଛନ୍ତି।
ଡିନାମାଇଡ୍‌ ଭଳି ବିସ୍ଫୋରକ ଫୁଟାଇବାକୁ ମୋଟର୍‌ ସାଇକେଲ୍‌ ଏବଂ ଅନ୍ୟାନ୍ୟ ଗାଡ଼ିରେ ବ୍ୟବହୃତ ରିମୋଟ୍‌ ଚାବି ଆତଙ୍କବାଦୀମାନଙ୍କର ପ୍ରମୁଖ ଉପକରଣ ପାଲଟିଥିବା କଥା ଜାମ୍ମୁ ଓ କାଶ୍ମୀରର କାଉଣ୍ଟର୍‌-ଟେରରିଜମ୍‌ ଗ୍ରିଡ୍‌ ରିପୋର୍ଟ ଦେଇଛି। ଏହି ଗ୍ରିଡ୍‌ରେ ଥିବା ତଦନ୍ତକାରୀ ଏବଂ ନିରାପତ୍ତା ଏଜେନ୍‌ସିମାନେ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଗୁଇନ୍ଦା ସୂଚନା ପାଇବା ପରେ ସକାଳ ୯ଟା ପରେ ହିଁ ଜାତୀୟ ରାଜପଥରେ ନିରାପତ୍ତା ବଳର ଯାଞ୍ଚ ଆରମ୍ଭ ହୋଇ ଯାଇଛି ।