ଆମେଥିରୁ ନାମାଙ୍କନ ଦାଖଲ କଲେ ରାହୁଲ

(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆମେଥି ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବୁଧବାର ରାହୁଲଙ୍କ ନାମାଙ୍କନ ସମୟରେ ତାଙ୍କ ମା ସୋନିଆ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ଭିଣୋଇ ରବର୍ଟ ଭଦ୍ରାଙ୍କ ଉପସ୍ଥିତ ଥିଲେ ।
ରାହୁଲ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିବାକୁ ଯିବା ପୂର୍ବରୁ ଉକ୍ତ ଅଫିସକୁ ଫୁଲରେ ସଜା ଯାଇଥିଲା । ନାମାଙ୍କନ ପୂର୍ବରୁ ରାହୁଲ ଏକ ବିଶାଳ ଶୋଭାଯାତ୍ରାରେ ବାହାରିଥିଲେ । ଲଗାତର ଦ୍ୱିତୀୟ ଥର ପାଇଁ ଆମେଥିରୁ ରାହୁଲ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ସହ ପ୍ରତିଯୋଗିତା କରିବାକୁ ଯାଉଛନ୍ତି । ଏହି ଆସନରେ ମେ ୬ ତାରିଖରେ ନିର୍ବାଚନ ହେବାକୁ ଯାଉଛି ।
ଗତ ଏପ୍ରିଲ ୪ ତାରିଖରେ ରାହୁଲ କେରଳର ୱାୟାନାଡରୁ ନାମାଙ୍କନ ଦାଖଲ କରିବା ପରେ ବିଜେପି କହିଥିଲା, ଆମେଥିରେ ରାହୁଲ ହାରିବା ଭୟରେ ଦୁଇଟି ସ୍ଥାନରୁ ଚଳିତ ନିର୍ବାଚନରେ ଲଢୁଛନ୍ତି । ୱାୟାନାଡରେ ଏପ୍ରିଲ ୨୩ରେ ନିର୍ବାଚନ ହେବ ।