ବିଭିନ୍ନ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

(ମୃତ୍ୟୁଞ୍ଜୟ ଭୋଇ) ଭୁବନେଶ୍ୱର: ଚଳିତ ନିର୍ବାଚନକୁ ନେଇ ଏବେ ଓଡିଶା ରାଜନୀତି ସରଗରମ । ଓଡିଶାର ବିଭିନ୍ନ ରାଜନୈତିକ ଦଳମାନେ ଏହି ମହାସମର ପାଇଁ ଅଣ୍ଟା ଭିଡିଲେଣି । ଆଜି ଭୁବନେଶ୍ୱରର ଉତ୍ତର ଓ ମଧ୍ୟମରୁ ବିଜେଡି, କଂଗ୍ରେସ ଓ ସ୍ୱାଧୀନର ଅନେକ ପାର୍ଥୀ ଏଡିଏମ୍ଙ୍କ ଅଫିସରେ ନାମଙ୍କନ ପତ୍ର ଦାଖିଲ କରିଛନ୍ତି ।
ଆଜି ଭୁବନେଶ୍ୱର ଉତ୍ତର ଓ ମଧ୍ୟମର ବହୁ ଦଳରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସବୁ ପ୍ରାର୍ଥୀ ସେମାନଙ୍କ ସମର୍ଥକଙ୍କ ଗହଣରେ ନିଜ ନିଜର ଶକ୍ତି ପ୍ରଦର୍ଶନ ସହ ଏଡିଏମଙ୍କ ଦଫ୍ତରକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଉତ୍ତର ଭୁବନେଶ୍ୱର ପାଇଁ ବିଜେଡିରୁ ସୁଶାନ୍ତ ରାଉତ, ସ୍ୱାଧୀନ- ରାଜକୁମାର ରାଉତ, କଂଗ୍ରେସ- ଇତିଶ୍ ପ୍ରଧାନ, ସ୍ୱାଧୀନରୁ ସୁଧାଂଶୁ ପଣ୍ଡା ପ୍ରାର୍ଥୀ ପତ୍ର ଦାଖଲ କରିଥିଲା ବେଳେ ମଧ୍ୟମରୁ ବିଜେଡି-ଅନନ୍ତ ନାରାୟଣ ଜେନା, ସ୍ୱାଧୀନ-ସଂଯୁକ୍ତା ମହାନ୍ତ, କଂଗ୍ରେସ- ରାଜୀବ ପଟ୍ଟନାୟକ ମଧ୍ୟ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।