( ଭୁବନେଶ୍ୱର / ରିପୋର୍ଟସଟୁଡେ): ପୁରଣା କଥା ଭୁଲି ବିଜେପିକୁ ଫେରିଲେ ବିଜୟ । ଅରୁଣ ସିଂହ ଓ ବୈଜୟନ୍ତ ପଣ୍ଡାଙ୍କ ଆଲୋଚନା ପରେ ବିଜେପିକୁ ଫେରିଲେ ବିଜୟ । ନୂଆ ସଂକଳ୍ପ ସହ ବିଜେପିରେ ଦେଲେ ଯୋଗ । ଟେଲିଫୋନରେ ମଧ୍ୟ ଅମିତ ଶାହାଙ୍କ ଏନେଇ କଥା ହୋଇଥିଲେ ବୋଲି ଗଣମାଧ୍ୟମଙ୍କୁ ସୂଚନା ଦେଇଛନ୍ତି ବିଜୟ ।
ସେହିପରି ଆଜି ବିଜେପିରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ବିଜେପି ରାଜ୍ୟ କାର୍ୟ୍ୟାଳୟରେ ଶୀର୍ଷ ନେତୃବୃନ୍ଦଙ୍କ ଗହଣରେ ବିଜେପିରେ ସାମିଲ ହେଲେ ବିଦୁସ୍ମିତା । ବିଦୁସ୍ମିତାଙ୍କ ପତି ଅନନ୍ତ ଦାସ ବଲାଙ୍ଗୀର ବିଧାନସଭାରୁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ।