IPLରେ ଶେଷ ହେଲା ମାହିଙ୍କ ଖେଳାଳି ଜୀବନର ଏକ ସ୍ମରଣୀୟ ଅଧ୍ୟାୟ । ଆଉ ଏହି ବିଦାୟର ମୁହୂର୍ତ୍ତକୁ ଦୁଃଖରେ ନୁହେଁ, ବରଂ ହସଖୁସିରେ ପାଳନ କରିଛନ୍ତି ମହେନ୍ଦ୍ର ସିଂ ଧୋନି । IPLରୁ ଅବସର ଘୋଷଣା ପରେ କେକ୍ କାଟି ସେଲିବ୍ରେସନ୍ କରିଛନ୍ତି କ୍ୟାପଟେନ୍ କୁଲ୍ । ଏହି ଖାସ୍ ମୁହୂର୍ତ୍ତକୁ ନେଇ କ୍ରିକେଟ୍ ମହଲରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ବର୍ଷ ଧରି IPLରେ ନିଜର ଦମଦାର ପ୍ରଦର୍ଶନ ଓ ଅସାଧାରଣ ନେତୃତ୍ୱ ବଳରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ଧୋନି ।
![]()
ବିଶେଷ କରି ଚେନ୍ନାଇ ସୁପର କିଙ୍ଗ୍ସ ସହ ତାଙ୍କର ସମ୍ପର୍କ କ୍ରିକେଟ୍ ଇତିହାସରେ ସବୁଦିନ ପାଇଁ ମନେ ରହିବ । ଧୋନିଙ୍କ ଏହି ସେଲିବ୍ରେସନ୍ ଦର୍ଶାଉଛି ଯେ, ସେ ନିଜର ଏହି ନୂଆ ଅଧ୍ୟାୟକୁ ହସି ହସି ସ୍ୱାଗତ କରୁଛନ୍ତି । ତେବେ ଖେଳାଳି ଭାବେ ମାହିଙ୍କ ଯାତ୍ରା ଶେଷ ହେଲେ ମଧ୍ୟ CSK ସହ ତାଙ୍କ ସମ୍ପର୍କ ଜାରି ରହିବ । ମଇଦାନରେ ମାହିଙ୍କ ଛକା ଆଉ ଦେଖିବାକୁ ମିଳିବନି, ହେଲେ ପ୍ରଶଂସକଙ୍କ ହୃଦୟରେ ସେ ସବୁବେଳେ ରାଜ୍ କରିବେ ।