ମର୍ମନ୍ତଦ ସଡ଼କ ଦୁଘଟଣା;ଚାଲିଗଲା ୫ ଜୀବନ । ବିିବାହ ଉତ୍ସବରେ ଯୋଗ ଦେବା ପାଇଁ ଖୁସି ବାହାରିଥିଲେ ପୂରା ପରିବାର । ହେଲେ ସେହି ଖୁସିରେ ଲାଗିଗଲା ନଜର । ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ପଞ୍ଜାବର ଫାଜିଲ୍କାରେ ରବିବାର ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ଏକ ପିକଅପ୍ ଟ୍ରକ୍ ଓ ଏକ ଏସ୍ୟୁଭି ମଧ୍ୟରେ ଜୋରଦାର ଧକ୍କା ହେବାରୁ ୩ଜଣଙ୍କର ପିଲାଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧ ଜଣ ଆହତ ହୋଇଛନ୍ତି।
ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତ ମୃତାହତ ଗୋଟିଏ ଏସ୍ୟୁଭିରେ ଥିଲେ। ସେମାନେ ସମସ୍ତେ ତିୱାନା କଲାନ ଗାଁର ବାସିନ୍ଦା ଓ କରଣୀ ଖେରା ଗାଁରେ ସେମାନଙ୍କ ସମ୍ପର୍କୀୟଙ୍କ ଘରେ ଏକ ବିବାହ ଉତ୍ସବରେ ଯୋଗ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ଟ୍ରକ୍ ଓ ଏସ୍ୟୁଭି ମଧ୍ୟରେ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ମର୍ମନ୍ତଦ ଥିଲା ଯେ ୫ ଜଣଙ୍କ ମୃତ୍ୟୁୁଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି ।