ଭୁବନେଶ୍ୱର: ବାତ୍ୟା ‘ଆକଭାନ୍’ (Akvan) ମୁକାବିଲା ପାଇଁ ସ୍ଥିତି ଉପରେ ନିରନ୍ତର ନଜର ରଖିବା ଏବଂ ଆବଶ୍ୟକୀୟ ପଦକ୍ଷେପ ନେବା ସମ୍ପର୍କରେ ଆଜି ମୁଖ୍ୟ ସଚିବ ଅନୁ ଗର୍ଗ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର (SEOC) ନିୟନ୍ତ୍ରଣ କକ୍ଷରେ ଏକ ବ୍ୟାପକ ସମୀକ୍ଷା ବୈଠକ କରିଛନ୍ତି।
ଏହି ସମୀକ୍ଷା ସମୟରେ ଅତିରିକ୍ତ ମୁଖ୍ୟ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲ ଉପସ୍ଥିତ ଥିଲେ। ପରିସ୍ଥିତି ଉପରେ ନିରନ୍ତର ନଜର ରଖିବା ସହ ସମନ୍ୱିତ ଏବଂ ତୁରନ୍ତ ପଦକ୍ଷେପ ନେବା ପାଇଁ, ନଭେମ୍ବର ୧୮ ତାରିଖ ସନ୍ଧ୍ୟା ୬ଟାରୁ ନଭେମ୍ବର ୨୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ SEOC ନିୟନ୍ତ୍ରଣ କକ୍ଷର ଦାୟିତ୍ୱ ବିଭିନ୍ନ ବିଭାଗର ସଚିବମାନଙ୍କୁ ପ୍ରଦାନ କରାଯାଇଛି।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ପରସ୍ପର ସହ ସମନ୍ୱୟ ରକ୍ଷା କରି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ଏକ ସୁରକ୍ଷିତ ଓଡ଼ିଶା ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ।