ସମ୍ପର୍କୀୟଙ୍କୁ ଛାଡ଼ିବାକୁ ଆସି ହଟହଟା; ଗଣିଲେ ୩୬ ହଜାର ଫାଇନ

ନିଜ ନିଜ ସମ୍ପର୍କୀୟମାନଙ୍କୁ ଟ୍ରେନରେ ଛାଡ଼ିବାକୁ ଆସି ହେଲେ ହଟା ହଟା । ବନ୍ଦେ ଭାରତ ଏକ୍ସପ୍ରେସରେ ଫସି ଫାଇନ ଗଣିଛନ୍ତି ୧୨ ଜଣ ଲୋକ। ଏମାନେ ଉତ୍ତର ପ୍ରଦେଶର କାନପୁର କେନ୍ଦ୍ରୀୟ ରେଳ ଷ୍ଟେସନରେ ଘଟିଛି  ଘଟଣା ।

ସମ୍ପର୍କୀୟମାନଙ୍କ ଜିନିଷପତ୍ର ଟ୍ରେନ ଭିତରେ ରଖୁଥିବା ବେଳେ ହଠାତ୍‌ ଆପେଆପେ ବନ୍ଦ ହୋଇଯାଇଥିଲା ବନ୍ଦେ ଭାରତର ଏକ୍ସପ୍ରେସର ଦ୍ୱାର। ଏଥିପାଇଁ ସେମାନେ ଟ୍ରେନରେ ବାଧ୍ୟ ହୋଇ କାନପୁରରୁ ୧୪୦ କିମି ଦୂର ଇଟାୱା ଜଙ୍କସନ ଯାଏ ଯାଇଥିଲେ ଓ ସେଠାରେ ୩୬ ହଜାର ଟଙ୍କା ଫାଇନ ଦେବା ପରେ ମୁକ୍ତି ପାଇଥିଲେ।

ପୂରା ଘଟଣାଟି ଟ୍ରେନ ନମ୍ବର ୨୨୪୧୫ ବାରାଣସୀ-ନୂଆଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସରେ ଘଟିଛି। କାନପୁରରୁ ବିଭିନ୍ନ ସ୍ଥାନରୁ ୧୨ ଜଣ ଲୋକ ସେମାନଙ୍କ ସମ୍ପର୍କୀୟମାନଙ୍କୁ ଷ୍ଟେସନରେ ବିଦାୟ ଜଣାଇବାକୁ ଆସିଥିଲେ। ଟ୍ରେନ ଛାଡ଼ିବା ପୂର୍ବରୁ ସେମାନେ ଭିତରକୁ ଯାଇ ପରିବାର ଲୋକଙ୍କ ଜିନିଷପତ୍ର ରଖାରଖି କରିଥିଲେ। ସେମାନେ ଭିତରେ ଥିବା ବେଳେ ଧାର୍ୟ୍ୟ ସମୟରେ ଟ୍ରେନର ସ୍ୱଂୟଚାଳିତ ଦ୍ୱାର ବନ୍ଦ ହୋଇଯାଇଥିଲା। ଡୋର ଥରେ ବନ୍ଦ ହେଲେ କେବଳ ପରବର୍ତ୍ତୀ ଷ୍ଟେସନରେ ଏହା ଖୋଲିବାର ପ୍ରାବଧାନ ରହିଛି। ତେଣୁ ସମ୍ପର୍କୀୟମାନଙ୍କୁ ଛାଡ଼ିବାକୁ ଆସିଥିବା ଲୋକମାନେ କାନପୁର ସେଣ୍ଟ୍ରାଲରେ ଆଉ ଓହ୍ଲାଇ ପାରି ନଥିଲେ। ଟ୍ରେନ ମଧ୍ୟ ତୁରନ୍ତ ଷ୍ଟେସନ ଛାଡ଼ି ଦେଇଥିଲା। ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ଏହା ଭିତରେ ୧୨ ଜଣ ସେମିତି ଫସି ରହିଥିଲେ। ପ୍ଲାଟଫର୍ମରେ ସେମାନଙ୍କୁ ଅପେକ୍ଷା କରିଥିବା ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ପୂରା ବ୍ୟସ୍ତ ହୋଇପଡ଼ିଥିଲେ